

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସେପ୍ଟେମ୍ୱର ପହିଲାରୁ ଦେଶ ତଥା ରାଜ୍ୟରେ ନୂତନ ଟ୍ରାଫିକ ନିୟମକୁ କଡାକଡି କରାଯାଇଥିବା ବେଳେ ଏହାକୁ ନେଇ ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଟ୍ରାଫଇକ ଥାନା ସମୁଖରେ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନେ ଏକତ୍ରିତ ହୋଇ ସହରବାସୀଙ୍କୁ ଅଧିକରୁ ଅଧିକ ସଚେତନତା କରିବା ପାଇଁ ଟ୍ରାଫିକ ନିୟମ ମାନନ୍ତୁ ଜୀବନ ସହ ଜରିମାନା ବଞ୍ଚାନ୍ତୁ ନାରା ଦେଇ ବାହାରିଥିବା ମୋଟର ସାଇକେଲ ଶୋଭାଯାତ୍ରାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ମହାନଗର ନିଗମର କମିଶନର ଚକ୍ରୱତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୋୟ ଭାଉସାହେବ ଉପସ୍ଥିତ ରହି ଗଣମାଧ୍ୟମର ଏଭଳି କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶସାଂ କରିଥିଲେ । ପରେ ଏହି ଶୋଭାଯାତ୍ରା ସହରର ପି.ଭି.ଏନ୍ ରାଓ ପେଟ୍ରୋଲ ପମ୍ପ, ଖଲ୍ଲିକୋଟ ମହାବିଦ୍ୟାଳୟ, ବିଜିପୁର ଛକ ଦେଇ ଏମ୍.କେ.ସି.ଜି ମେଡିକାଲ ଛକ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କୁ ଦୁଇ ଚକିଆ ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସ ର ପିଲାମାନଙ୍କୁ ଗାଡି ଚଳାଇବାକୁ ନେଦେବା, ସିଟ୍ ବ୍ୟାଲେଟ ପରିଧାନ କରିବା ,ମଦ୍ୟପାନ କରି ଗାଡି ନଚଳାଇବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଶିଶିର ପାଣିଗ୍ରାହୀ, ମନୋଜ କାନ୍ତ ଦାଶ, ଜଗନ ମୋହନ ମହାପାତ୍ର, ଶିବ କୁମାର ଦାଶ, ଶକ୍ତିଧର ରାଜଗୁରୁ, ଅଶୋକ କୁମାର ବ୍ରହ୍ମା, ପ୍ରକାଶ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ସମୀର କୁମାର ଆଚାର୍ଯ୍ୟ, ସୁରଜିତ ପଣ୍ଡା, ଆଲୋକ କୁମାର ସାହୁ, ଇତିଶ୍ରୀ ସମାପିକା ମହାନ୍ତି, ମୃତ୍ୟୁଞ୍ଜୟ ସାହୁ, ବିଶ୍ୱନାଥ ମାରଣା, ନାରାୟଣ ମହାଙ୍କୁଡ, ସୁଦିପ ସାହୁ, ଶିବରାମ ଚୈଧୁରୀ ,ଶ୍ରୀନିବାସ ରାଜାନା, ରାଜେନ୍ଦ୍ର କୁମାର ସାହୁ, ଆଶ୍ରୀବାଦ ରାଉତ, ଜାନକୀ କାନ୍ତ ପଟ୍ଟନାୟକ, ପ୍ରହଲ୍ଲାଦ ସାହୁ, ବିନୋଜ ପ୍ରଧାନ, ଅମର କୁମାର ଦାଶ, ସତ୍ୟ ନାରାୟଣ ମହାପାତ୍ର, ଡି.ଗୋପାଳ କୃଷ୍ଣ ରେଡି, ସୁବ୍ରମଣ୍ୟମ୍ ସ୍ୱାମୀ, ଲକ୍ଷ୍ମୀ ବେଜ, ବାବୁଲା ପାଣିଗ୍ରହୀ, ସମୀର କୁମାର ରଥ, ସତ୍ୟ ଚେତନ ପରିଡା, ମନୋଜ କୁମାର ପଣ୍ଡା, ସଞ୍ଜୟ ପଣ୍ଡା, ଶିବ ନାରାୟଣ ପଣ୍ଡା, ଗୌରୀ ଶଙ୍କର ମିଶ୍ର, ଦିନେଶ ରାଓ, ସ୍ୱାଧିନ କୁମାର ସାହୁ, ଦେବେନ୍ଦ୍ର ବାଡତ୍ୟା ଓ ପ୍ରଣୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଟ୍ରାଫିକ ଡି.ଏସ୍.ପି ରାମକୃଷ୍ଣ ପତି ଏବଂ ଟ୍ରାଫିକ ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଟ୍ରାଫଇକ ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆଯୋଜନ କରାଯିବାକୁ ମତପ୍ରକାଶ ପାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
