

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ପୋଡାପଦର ରେଲ ଫାଟକ ନିକଟରେ ଟ୍ରେନରେ କଟି ଟ୍ରାକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ଗାଙ୍ଗପୁର ଥାନା ପାଲକଷଣ୍ଡ। ଗ୍ରାମର ରାଜେନ୍ଦ୍ର ରଣା ବୋଲି ଜଣାପଡିଛି । ସୂଚନା ଥାଉକି ସେ ସକାଳ ସମୟରେ ପୋଡାପଦର ଫାଟକ ନିକଟରେ ରେଳ ଲାଇନ ତନଖି କରୁଥିବା ସମୟରେ ପଲାସା ଠାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ନମ୍ବର ୬୮୪୨୦ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଟ୍ରାକ କର୍ମଚାରୀଙ୍କ ମୃତ୍ୟୁ ଘଟି ଯାଇଥିଲା । ଘଟଣାର ଖବର ପାଇଁ ଛତ୍ରପୁର ଆରପିଏଫ ପୋଲିସ ପହଂଚି ଶବକୁ ଜବତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା