


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅନ୍ତର୍ଗତ ଆଯୌପୁଲି (କତୁରୁ) ଗ୍ରାମରେ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମହୋତ୍ସବ ଓ ୨୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବେଦ ମାଗଲିନି ଓ ନହବତ୍ ସହ ସକାଳ କୀର୍ତ୍ତନ ଅନୁଷ୍ଠିତ କରାଯାଇଥିଲା । ଅପରାହ୍ନ ଚାରିଟା ସମୟରେ ଘଣ୍ଟ ମୃଦଙ୍ଗ, ଶଙ୍ଖ ମହୁରି ସହ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀ ସହ ବଣାଢୈ ଶୋଭାଯାତ୍ରାରେ ଗାଆଁ ନଗର ପରିକ୍ରମା କରାଯାଇଥିଲା । ସତସଙ୍ଗ ବିଜୟ କୁମାର ପରିଡା ଜୀବନ ଧାରା ଉପରେ ଆଲୋଚନା କରିଥିଲେ । ସତସଙ୍ଗ ପରିଚାଳନା କରିଥିଲେ ଫାରସୟା ଭାଇ, ଜୟ ପ୍ରକାଶ ପାତ୍ର ଓ ଆଶିଷ କୁମାର ସୁବୁଦ୍ଧି । ସମସ୍ତ କାର୍ଯ୍ୟରେ କେ. ସୁରେନ୍ଦ୍ର, ଟି. କାଳିଆ, ୟୁ. ରାମେୟା, ରଘୁନାଥ ରେଡ୍ଡୀ ଓ ଜୟପ୍ରକାଶ ପାତ୍ର, ଆଷିସ କୁମାର ସୁବୁଦ୍ଧି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରସାଦ ସେବନ କରି ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଆଶ୍ରିବାଦ ପାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


