

ଛତ୍ରପୁର (ସମୃଦ୍ଧ ଓଡିଶା) ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀ ମନ୍ଦିର ପ୍ରତିଷ୍ଠା ନବମ ବାର୍ଷିକ ସ୍ମୃତି ମହୋତ୍ସବ ସ୍ଥାନୀୟ ସତସଙ୍ଗ ବିହାରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଦେଓଘରର ଶ୍ରୀଧର ସୁନ୍ଦର ମିଶ୍ର, ବନମାଳୀପୁରର ବୈରାଣୀ ଚରଣ ସାହୁ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ସିଏଡ଼ ଜୟପ୍ରକାଶ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ସଂଦୀପ୍ତା ସ୍ମରଣିକା ଉନ୍ମୋଚିତ କରାଯାଇଥିଲା । ସ୍ମୃତି ମହୋତ୍ସବରେ ଉଷା କୀର୍ତ୍ତନ, ନଗର କୀର୍ତ୍ତନ ସହ ଠାକୁରଙ୍କ ଫୋଟ ଥିବା ରଥ ସହର ପରିକ୍ରମା କରାଯାଇଥିଲା । ପରେ ସତସଙ୍ଗ ଓ ଆଲୋଚନା ସଭା ଅନୁଷ୍ଠିତ କରାଯାଇଥିଲା । ଅପରାହ୍ନରେ ଭଜନ ସମାରୋହ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଦିକ୍ଷା ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



