

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ ନଂ ରାଜ୍ୟ ରାଜପଥର ବାଗପଂଜି ହାଇସ୍କୁଲ ଠାରେ ଏକ ଡମ୍ପର ସହିତ ଏକ ବାଇକ୍ ଆରୋହୀର ମୁହଁମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ସ୍ୱାମୀ ବାଇକ୍ ଆରୋହୀ ଆହତ ଅଛନ୍ତି । ଘଟଣାରୁ ପ୍ରକାଶ ଅପରାହ୍ନ ୪ଟା ୩୦ମି.ରେ ଜଳେଶ୍ୱରରୁ ଚନ୍ଦନେଶ୍ୱର ଅଭିମୁଖେ ଚକଫୁଲବଣି ଗାଁର ନିର୍ମାଲ୍ୟ ପାତ୍ର ତାଙ୍କ ସ୍ତ୍ରୀଙ୍କୁ ଧରି ଘରକୁ ଫେରୁଥିବା ବେଳେ ବାଗପୁଞ୍ଜି ଗ୍ରାମର ଶ୍ରୀ ଚୈତନ୍ୟଦେବ ହାଇସ୍କୁଲ ସମ୍ମୁଖରେ ଚନ୍ଦନେଶ୍ୱରୁ ଜଳେଶ୍ୱର ଅଭିମୁଖେ ଆସୁଥିବା ଡମ୍ପର ଓଡି୦୧ଏ-୨୧୭୨ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରେହୀ ନିର୍ମାଲ୍ୟ ପାତ୍ରଙ୍କ ସ୍ତ୍ରୀ ଗୁରୁବାରୀ ପାତ୍ର(୪୮) ଗୁରୁତର ଆହତ ହୋଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ମଝିରେ ଶବଟି ପଡିଥିବାରୁ ପ୍ରାୟ ୨ଘଣ୍ଟାଧରି ରାସ୍ତା ଜାମ୍ ହୋଇଥିଲା । ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଓ ଏଏସ୍ଆ୍ଇ ସତ୍ୟନାରାୟଣ ବଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ଶାନ୍ତ କରାିଥିଲେ ଓ ଜାମ୍ ହଟାଇଥିଲେ । ପୁଲିସ୍ ଏକ ମାମଲାରୁଜୁ କରି ତଦନ୍ତ ଚାଲୁ ରଖିଛି । ଆଜି ଶବ ବ୍ୟବଚ୍ଛେଦ ହୋଇନଥିବାରୁ ଆସନ୍ତା କାଲି ହେବ ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା