

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ଼.ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଜାତିର ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ରଙ୍କ ପୌରହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଚନ୍ଦନ ଓ ଦୀପ ପ୍ରଦାନ କରାଯାଇଥିଲା । ତତ୍ପରେ ମଧୁସୂଦନଙ୍କର ଓଡ଼ିଆ ଭାଷା, ଓଡିଶା ଓ ଓଡ଼ିଆ ଜାତି ପାଇଁ ଥିବା ଅବଦାନ ଉପରେ ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ପିଲାମାନଙ୍କ ତରଫରୁ ଶୁଚିସ୍ମିତାନାଥ ମଧୁସୂଦନଙ୍କର ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଅଶୋକ କୁମାର ପ୍ରଧାନ ଦେଶ ଓ ଜାତି ପାଇଁ ସମସ୍ତ ସଂଗ୍ରାମ କରିବା ସହିତ ପିଲାଟି ଦିନରୁ ଜାତିପ୍ରେମ ହିଁ ନିଜ ହୃଦୟରେ ଜାଗ୍ରତ ହେବା ଉଚିତ ବୋଲି ନିଜ ବକ୍ତବ୍ୟ ଦେଇଥିଲେ . ଶେଷରେ ଶିକ୍ଷୟତ୍ରୀ ସରଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
