ଢେଙ୍କାନାଳ (ସମୃଦ୍ଧ ଓଡିଶା) ଡ଼.ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସର ସଫା ରଖିବା ପାଇଁ ଶପଥ ନେଇ କାର୍ଯ୍ୟ ମଧ୍ୟ କରିଥିଲେ । ତତ୍ପରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ପୌରାହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଛାତ୍ରୀ ପାୟଲ ପଣ୍ଡା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ବକୃତା ଦେଇଥିଲେ । ଶିକ୍ଷକ ଅଶୋକ କୁମାର ପ୍ରଧାନ, ସୁନୀଲ କୁମାର ସାହୁ, କଳ୍ପନା ଦାସ ପ୍ରଭୃତି ନେତାଜୀଙ୍କ ତ୍ୟାଗ ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିଶ୍ର ବୀର ସୁରେନ୍ଦ୍ର ସାଏ କିପରି ନିଜର ହିତ ପାଇଁ କାରାବରଣ କରି ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ସେ ବିଷୟରେ ଅବତାରଣା କରିଥିଲେ । ନେତାଜୀଙ୍କ ବିଷୟରେ ସ୍ଵହସ୍ତଲିଖିତ କବିତାଟିଏ ପାଠ କରିଥିଲେ । ଶେଷରେ ଶିକ୍ଷୟତ୍ରୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ର ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି