ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌର ସଂସ୍ଥା ଅନ୍ତର୍ଗତ ୨ନଂ ୱାର୍ଡରେ ଅବସ୍ଥିତ ଡ଼. ଦାସରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରି ଅଞ୍ଜନା ମିଶ୍ର ତଥା ବିଜ୍ଞାନ ସହାୟକ ପ୍ରଦୀପ ସାହୁ ସହଯୋଗ କରିଥିଲେ । ଏହାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ଆନନ୍ଦ ନଗର ପର୍ଯ୍ୟନ୍ତ ବୃକ୍ଷ ରୋପଣ ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶେଷରେ ବୃକ୍ଷ ରୋପଣର ମାହାତ୍ମ୍ୟ ଓ ଜଙ୍ଗଲ ସୁରକ୍ଷା ଉପରେ ଏକ ସଭା କରାଯାଇ ଆଲୋଚନା କରାଯାଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ର ସଭାପତିତ୍ୱ କରିଥିଲେ ଓ ସମାଜସେବୀ ତଥା ଉକ୍ତ ଅନୁଷ୍ଠାନର ପ୍ରଧାନ ଉଦ୍ୟୋକ୍ତା, ପ୍ରଥମ ସଭାପତି (ବିଦ୍ୟାଳୟ ପରିଚାଳନା କମିଟି) ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବନର ଗୁରୁତ୍ୱ ଓ ଏହାର ସୁରକ୍ଷା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରତ୍ୟେକ ପିଲା ନିଜ ଅଂଚଳରେ ନିଜ ପିତୃ ପୁରୁଷଙ୍କ ନାମରେ ବୃକ୍ଷଟିଏ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କ ତରଫରୁ ଶୁଚିସ୍ମିତାନାଥ, ସୁପ୍ରିୟା ବେହୁରୀ ପ୍ରଭୃତି ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ଶୁଚିସ୍ମିତା ନାଥ ବନମହୋତ୍ସବ ଉପରେ ସ୍ୱହସ୍ତ ଲିଖିତ କବିତା ଟିଏ ପାଠ କରିଥିଲେ । ସେହିପରି ବିଜ୍ଞାନ ଶିକ୍ଷୟତ୍ରୀ ସରଳା ସାହୁ ପରିବେଶ ଉପରେ ସ୍ଵହସ୍ତ ଲିଖିତ କରଣ ପାଠ କରି ବୃକ୍ଷର ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ଅଶୋକ କୁମାର ପ୍ରଧାନ ବୃକ୍ଷ ହିଁ ବନ୍ଧୁ ଏହା ଉପରେ ନିଜର ମତ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ସୁଶୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ମାଳତୀ ମିଶ୍ର, କମଳା ଦଶ, ସଂଗ୍ରାମ ସ୍ୱାଇଁ ପ୍ରଭୃତି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି