ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଜଳେଶ୍ୱର ଓ ରାଜଘାଟ ମଧ୍ୟବର୍ତୀ ସ୍ଥାନରେ ଅପରାହ୍ନ ୨ଟା ସମୟରେ ଡାଉନ ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ (ନଂ ୮୬୪୬) ଟ୍ରେନର ସାମନା ବଗିରେ ହଠାତ ନିଆଁ ଲାଗି ଧୂଆଁ ହେବାରୁ ଡ୍ରାଇଭର ସଂକେତ ପାଇ ଟ୍ରେନକୁ ଅଟକାଇ ଥିଲେ । ଫଳରେ ଟ୍ରେନର ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ନିଆଁ ଲିଭାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା