ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବକ୍ଷୟମୟ ସମାଜରେ ପିତାମାତାଙ୍କୁ ସେମାନଙ୍କର ସନ୍ତାନ ସନ୍ତତିମାନେ ମନେ ରଖନ୍ତି ନାହିଁ । କିନ୍ତୁ ସେ ସବୁ ପିତାମାତାଙ୍କର ସ୍ମ୍ମୃତିକୁ ଉଜ୍ଜିବିତ କରିବା ପାଇଁ ପୂଜ୍ୟପୂଜାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଶାଳିକୋଠା ସ୍ଥିତ ଡାକ୍ତର ବଂଶିଧର ପ୍ରଧାନଙ୍କ ୪୫ତମ ଶ୍ରାଦ୍ଧବାର୍ଷିକରେ ଯୋଗଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । ବସୁଲୋକ ଟ୍ରଷ୍ଟର ଅଧ୍ୟକ୍ଷ ଡ. ରାମଚନ୍ଦ୍ର ଦେଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧ ସଭାରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର, ମୁଖ୍ୟବକ୍ତରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା, ସମ୍ମାନୀତ ଅତିଥିରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ଭୂବନ ମୋହନ ସ୍ୱାଇଁ, ଇଂରାଜୀ ବିଭାଗର ଅଧ୍ୟାପକ ସୁନୀଲ କୁମାର ଜେନା, ଅଧ୍ୟ। ।ପକ ଦୋଳଗୋବିନ୍ଦ ମହାନ୍ତ, ପୂର୍ବତନ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ଗ୍ରାମାଂଚଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ସ୍ୱର୍ଗତ ଡ. ପ୍ରଧାନଙ୍କ କନ୍ୟା ବିଷ୍ଣୁପ୍ରିୟା ପ୍ରଧାନ ପ୍ରମୁଖ ଯୋଗ ଦେଇ ତାଙ୍କର ସମାଜସେବା ଓ କୋଲକତାରେ ଦେଶବଂଧୁ ଚିତ୍ତରଂଜନ ଦାସଙ୍କ ନେତୃତ୍ୱରେ ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନରେ ତାଙ୍କର ଭୂମିକା ସଂପର୍କରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରାଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଶେଷରେ ଗଣେଶ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ରଚିତ କର୍ମଯୋଗୀ ପ୍ରାଜ୍ଞା ପୁରୁଷ ବଂଶୀଧର ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉଲ୍ଲେଖନୀୟ ଅବଦାନ ପାଇଁ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଭାର ସଂପାଦକ ରାମଚନ୍ଦ୍ର ସିଂହଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀ ଜ୍ୟୋର୍ନିମୟୀ ମହାପାତ୍ର ଓ ଦେବବ୍ରତ ପ୍ରଧାନ ମାନପତ୍ର ପାଠ କରିଥିଲେ । ସେହିପରି ଶ୍ରେଷ୍ଠ ଛାତ୍ରରୂପେ ଅମ୍ରିତ ବେହେରା ଓ ଶାନ୍ତନୁ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଣ୍ଠ ସଂଗୀତ ପାଇଁ ଅମିତ୍ କୁମାର ପଣ୍ଡା ଓ ତବଲା ବାଦ୍ୟରେ ପାରଦର୍ଶିୀତା ପାଇଁ ଅସିତ୍ କୁମାର ପଣ୍ଡାଙ୍କୁ ସମ୍ବିର୍ଦ୍ଦିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା