ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଦ୍ୱାଦଶ କାର୍ଯ୍ୟରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବହୁ ବିଧାୟକଙ୍କ ଯୋଗଦାନ…

କୋରାପୁଟ (ସମୃଦ୍ଧ ଓଡିଶା) ଡାବୁଗାଁ ବିଧାୟକ ମନୋହର ରନ୍ଧାରି ତଥା କୋଟପାଡ଼ ବିଧାୟିକା ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ପିତୃ ଦେବଙ୍କ ଦ୍ୱାଦଶ କାର୍ଯ୍ୟ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, (ଆଦିବାସୀ ଉନ୍ନୟନ)ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ଜିଲ୍ଲା ସଭାପତି ଇଶ୍ଵର ପାଣିଗ୍ରାହୀ, ନବରଙ୍ଗପୁର ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଯାନୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମାର୍କଣ୍ଡ ମୁଦୁଊ, ଓ ସଂଯୋଜକ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଖାଦରବେଗ୍, କୋରାପୁଟ ଜିଲ୍ଲା ଜିଲ୍ଲା ପରିଷଦ ଶ୍ରୀମତୀ ତୁଳସୀ କ୍ରିସାନି, ଅମିତ୍ ଅଗର୍ ବାଲ୍, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ବିଦ୍ୟାଧର ସାହୁ, ପଣ୍ଡିତ ବିଷୋୟୀ, ମହେନ୍ଦ୍ର କୁଲଦୀପ, ବହୁ ବିଧାୟକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହାସହ ଉପସ୍ଥିତି ଅତିଥି ବ଼ୃନ୍ଦ ସ୍ଵର୍ଗତ ରନ୍ଧାରିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା