ରାଉରକେଲା: ଡିଏଭି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଭାଷା ପ୍ରଦର୍ଶନୀ ଉତ୍ସବ ,ଭାଷା ନିର୍ଵାଚିକା ସଭା (langage conclave) ଅଧ୍ୟକ୍ଷା ଶ୍ରୀମତୀ ଜସ୍ପିନ୍ଦର କୋର ଙ୍କ ଅଧ୍ୟକ୍ଷତାରେ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଭାଷା ନିମନ୍ତେ ଓଡ଼ିଆ, ଇଂରାଜୀ ତଥା ହିନ୍ଦୀରେ ଅନୁଷ୍ଠିତ କରାଯାଇଛି। ଏହି ଭାଷା ପ୍ରଦର୍ଶନୀ ରେ ଶୀର୍ଷକ ଥିଲା, ଭବିଷ୍ୟତ ବିଶ୍ବ ନିମନ୍ତେ ଭାଷାର ଭୂମିକା, ଏଥିରେ ମୁଖ୍ୟ ବକ୍ତାଭାଵେ ଯୋଗ କରି ଥିଲେ, ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍ ଆଇ ଟି କ୍ୟାମ୍ପସ ର ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ଶ୍ରୀ ମତୀ ନିରୁପମା ପତି, ଶ୍ରୀମତୀ ଅଞ୍ଜଳି ସାହୁ ଓ ଶ୍ରୀମତୀ ଅଞ୍ଜୁ କକ୍କଡ । ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଏ ବିଷୟ ରେ ଆଲୋଚନା କରି ଅନେକ ତଥ୍ୟ ପ୍ରଦାନ କରିଥଲେ। ଭାଷା ପ୍ରଦର୍ଶନୀ ରେ ମଧ୍ୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଇଂରାଜୀ କନ୍କ୍ଲେଭ ରେ ଓଡ଼ିଆ ରେ ଅନ୍ୱେଷା ପରିଡ଼ା ଓ ନନ୍ଦିନୀ ସ୍ବାଇଁ, ଇଂରାଜୀ ରେ ଅର୍ନେଷ ମିଶ୍ର ଓ ଦେବସ୍ମିତା ଦେହୁରୀ, ହିନ୍ଦୀ ରେ ଅଦିତି ଶୁକ୍ଳା ଓ ଆଲିଶ ସାହୁ କବିତା ତଥା ଗଳ୍ପ ପାଠ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥଲେ। ଏହି ପରି ଶିକ୍ଷଣୀୟ କାର୍ଯ୍ୟ କ୍ରମ ଅଭିଭାବକ ତଥା ଶିକ୍ଷାବିତ୍ ଙ୍କ ମହଲରେ ବହୁ ପ୍ରଶଂସନୀୟ ହୋଇ ପାରିଥିଲା। ଆସନ୍ତା ୧୩/୧୧/୨୪ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜସ୍ପିନ୍ଦର କୋଉର ସୂଚନା ପ୍ରଦାନ କରିଛନ୍ତି।