ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ବିଭିନ୍ନ ଲୁଟ୍ ଘଟଣା ସୋମବାରରେ ହିଁ ପ୍ରାୟ ଘଟିଥାଏ ବୋଲି ଜଣାପଡିଛି । କାରଣ ଉପାନ୍ତ ଅଞ୍ଚଳ ତଥା ସୋମବାରରେ ସାପ୍ତାହିକ ହାଟ ହେଉଥିବାରୁ ପ୍ରବଳ ଜନଗହଳି ହୋଇଥାଏ । ପୁଣି ଜଳେଶ୍ୱରର ଗ୍ରାମାଞ୍ଚଳ ଲୋକେ ସମବାର ସାପ୍ତାହିକି ହାଟରୁ ଆସବାପତ୍ର କିଣିବା ଲାଗି ଆସିଥାନ୍ତି । ଏପରିକି ଜଳେଶ୍ୱର ସହରର ୨ଟି ବ୍ୟାଙ୍କ ଡକାୟତି ମଧ୍ୟ ସୋମବାରରେ ହିଁ ଘଟିଥିଲା । ଗତକାଲି ସୋମବାରରେ ଦୁବୁର୍ତ୍ତମାନେ ଜଣେ ବ୍ୟକ୍ତିର ବାଇକ୍ ଡିକି ଭାଙ୍ଗି ଲୁଟି ନେଇଛନ୍ତି ୨ଲକ୍ଷ । ରାଇବଣିଆ ଥାନା ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଗାଁର ଧାନ ବ୍ୟବସାୟୀ ସତ୍ୟାନନ୍ଦ ବେହେରା ତାଙ୍କ ଟିଭିଏସ୍ ସ୍କୁଟି ଓଡି୦୧କ୍ୟୁ-୪୧୧୩ରେ ଆସି ଜଳେଶ୍ୱର ସ୍ଥିତ ଏକ୍ସି ବ୍ୟାକଙ୍କରୁ ୨ଲକ୍ଷ ଟଙ୍କା ଉଠାଣ କରିଥିଲେ । ଟଙ୍କାକୁ ଡିକିରେ ରଖି ହୋଣ୍ଡା ସୋ ରୁମ୍ ନିକଟରେ ଥିବା ଡ୍ରାକ୍ଟର ଚକ କିଣିବାପାଇଁ ସ୍କୁଟିକୁ ରାସ୍ତାରେ ରଖି ଯାଇଥିଲେ । କିନ୍ତୁ ଟ୍ରାକ୍ଟର ଚକ ବିକ୍ରି ହେଉଥିବା ଦୋକାନରୁ ଫେରି ତାଙ୍କ ସ୍କୁଟିର ଡିକି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଯେଉଁ ବ୍ୟାଗ୍ରେ ଟଙ୍କା, ପାସ୍ବୁକ୍, ଓ ଦରକାରୀ କାଗଜ ରଖିଥିଲେ ତାହା ନଥିବା ଦେଖିବାକୁ ପାଇଥିଲେ । ଘଟଣା ପ୍ରଘଟ ହେବାରୁ ହୋଣ୍ଡା ସୋ ରୁମ୍ ସମ୍ମୁଖରେ ଥିବା ସିସି ଟିଭିକୁ ଯାଞ୍ଚ କରାଯାଇଥିଲା । କିନ୍ତୁ ୨ଜଣ ଯୁବକ ଏକ ବାଇକ୍ରେ ଆସି ସ୍କୁଟି ଡିକିରୁ ଟଙ୍କା ନେଇଥିବାର ସ୍ପଷ୍ଟ ହୋଇଛି । ସତ୍ୟାନନ୍ଦ ଏଥିନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଅତିତରେ ଜଳେଶ୍ୱରରେ ୟୁବିଆଇ କେସ୍ରୁମ୍ରୁ ୪୬ଲକ୍ଷ ଟଙ୍କା ଓ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବନ୍ଧୁକ ମୁନରେ ୨୯ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି ଏକ ସୋମବାରରେ ସୁଗୋସ୍ଥିତ ୟୁକୋ ବ୍ୟାଙ୍କରୁ ଗ୍ରହକଙ୍କୁ ଭୟଭିତ କରାଇ ଟଙ୍କା ଲୁଟ କରାଯାଇଥିଲା । ଜଳେଶ୍ୱର ସାପ୍ତାହିକ ହାଟ, ବଜାର ଏପରିକି ବଡ ବଡ ଛିନ୍ତାଇ ଏହି ସୋମବାରରେ ହୋଇଥାଏ । ଏସବୁ ଘଟଣା ଜଳେଶ୍ୱର ପୁଲିସ୍ର ପାରିବା ପଣିଆକୁ ଚ୍ୟାଲେଞ୍ଜ ଦେଇ ଆସୁଥିବା କଥା ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା