ଡିକି ଭାଙ୍ଗି ୪ଲକ୍ଷ ଲୁଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନାର ଚିକିଟି ଫାଣ୍ଡି ଅଧିନସ୍ତ ଚିକିଟି ଗଡ଼ ଆରଆଇ ଅଫିସ ସାମ୍ନାରୁ ଡିକି ଭାଙ୍ଗି ୪ ଲକ୍ଷ ଲୁଟି ନେଇଛନ୍ତି । ମିଳିଥିବା ସୁଚନା ମୁତାବକ ଚିକିଟି ଗଡ଼ ଚିତ୍ରକାର ସାହିର ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରି ଉଲାସ ଗୋୖଡ ଚିକିଟି ପେଣ୍ଠ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ ଗାଡି ଡିକିରେ ଧରି ନିଜ ଘରକୁ ଯାଉଥିଲେ । ହଟାତ କୌଣସି ଏକ କାମ ପଡ଼ିବାରୁ ଆରଆଇ ଅଫିସ୍ କୁ ଯାଇଥିଲେ ଫେରିଲା ପରେ ଦେଖିଲେ ଡିକି ଭଙ୍ଗା ଯାଇଛି ଡିକିରେ ଥିବା ୪ଲକ୍ଷ ଲୁଟି ନେଇଛନ୍ତି । ଏ ନେଇ ଏକ ଲିଖିତ ଅଭିଯୋଗ କେ ନୂଆଗାଁ ଥାନାରେ ଦେବା ପରେ ନୂଆଗାଁ ଥାନା ଅଧିକାରୀ ମାଧବା ନନ୍ଦ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଦିନକୁ ଦିନ ନୂଆଗାଁ ଥାନା ଅଞ୍ଚଳରେ ଚୋରି, ଡକାୟତି, ରାହାଯାନୀ, ଏଟିଏମରୁ ଟଙ୍କା ଗାଏବ୍ ଘଟଣା ଅନବରତ ଘଟି ଆସୁଥିଲେ ମଧ୍ୟ ପୋଲିସ୍ କୌଣସି ଆଖି ଦୃଷ୍ଠିଆ ପଦକ୍ଷେପ ନେଉ ନଥିବା ସଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ଥାନା ଇଲାକାରେ ଅପରାଧି ମାନେ ଚୋରି, ଜୁଆ ଖେଳି ବାକୁ ସୁଯୋଗ ପାଉ ନ ଥିବା ବେଳେ ଏହି ଥାନା ଇଲାକାକୁ ବାଛି ନେଇ ସଫଳ ହେଉଛନ୍ତି । ଏହାସହ ପ୍ରତିଦିନ ରାତିରେ ଚୋର ମାନେ ଗାଁ ଗାଁ ବୁଲି ବୁଲି ଲୋକଙ୍କୁ ଧମକାଉଥିବା କଥା ପୋଲିସ୍ କାନରେ ପଡ଼ିଲେ ମଧ୍ୟ କୌଣସି ଆସାନୁରୂପକ ପଦକ୍ଷେପ ନ ନେବା ଯୋଗୁଁ ଚୋର ମାନଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଉଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା