ନୂଆଦିଲ୍ଲୀ: ଡିୟୁଟି କରିବେ ନାହିଁ ବୋଲି ପାଇଲଟ୍ ସଂଘ ତରଫର ଧମକ ଦିଆଯିବା ପରେ ଏୟାର୍ ଇଣ୍ଡିଆ ପାଇଲଟ୍ମାନଙ୍କୁ ଜୁନ୍ ମାସର ଭତ୍ତା ପ୍ରଦାନ କରିଛି। ବୁଧବାର ଦିନ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ସୋମବାର ଦିନ ଅର୍ଥାତ୍ ଅଗଷ୍ଟ ୨୦ ତାରିଖ ଦିନ ସବୁ ବାକିଆ ଭତ୍ତା ପ୍ରଦାନ କରାଯାଇଛି।
ପୂର୍ବରୁ ଏୟାର୍ଲାଇନ୍ର ପାଇଲଟ୍ ସଂଘ ଧମକ ଦେଇ କହିଥିଲା କି, ଯଦି ତୁରନ୍ତ ତା’ର ସଦସ୍ୟମାନଙ୍କର ଭତ୍ତା ପ୍ରଦାନ ନ କରାଯାଏ ତେବେ ସେମାନେ ଉଡ଼ାଣ ଡିୟୁଟିରୁ ବିରତ ରହିବେ।
ଅଗଷ୍ଟ ୧୬ ତାରିଖ ଦିନ କମ୍ପାନିର ମ୍ୟାନେଜ୍ମେଣ୍ଟ୍କୁ ‘ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ସ୍ ଆସୋସିଏସନ୍ (ଆଇସିପିଏ) ଏକ ଚିଠିରେ କହିଥିଲା: ଆମେ ଜଣାଇ ଦେଉଛୁ ଯଦି ଉଡ଼ାଣ ଭତ୍ତା ତୁରନ୍ତ ଦିଆ ନ ଯାଏ ତେବେ ଆମେ ଉଡ଼ାଣ ଡିୟୁଟି ନିମନ୍ତେ କମ୍ପାନିକୁ ଆସିବୁ ନାହିଁ। କମ୍ପାନି ବେତନ ଦେଇଥିବାରୁ ଆମେ ଉଡ଼ାଣ ଛାଡ଼ି କେବଳ ଅଫିସ କାମ ପାଇଁ ହାଜର ହେବୁ।
ଆଇସିପିଏ କହିବା ଅନୁସାରେ, ପାଇଲଟ୍ ଏବଂ କେବିନ୍ କ୍ରୁ’ଙ୍କର ସମୁଦାୟ ଆୟର କେବଳ ୩୦% ହେଉଛି ମୂଳ ଦରମା।
ଅନ୍ୟ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦିଆଯାଉଥିବା ବେଳେ ପ୍ରତିମାସରେ ଆମକୁ ଉପେକ୍ଷା କରାଯଉଛି। ଆମ ସମୁଦାୟ ଉପାର୍ଜ୍ଜନର ମୁଖ୍ୟ ଅଂଶ ହେଉଛି ଭତ୍ତା।
ଜୁଲାଇ ମାସର ଦରମା କମ୍ପାନି ଅଗଷ୍ଟ ୧୪ ତାରିଖରେ ଦେଇଥିଲା।