ଡେଙ୍ଗାପଦର ସଂଗରୋଧ କେନ୍ଦ୍ରରେ ଯୋଗାସନ ଶିକ୍ଷା…

ଶେରଗଡ (ସମୃଦ୍ଧ ଓଡିଶା) ଶେରଗଡ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମପଞ୍ଚାୟତରେ କରୋନା ଯୁଦ୍ଧର ଆଉ ଏକ ନୂତନ ପ୍ରକାରର ସମର ତରଙ୍ଗ ଦେଖିବାକୁ ମିଳିଛି । ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରତରୁ ଫେରିଥିବା ୧୫ ଜଣ ମହିଳା, ୫ ଜଣ ଶିଶୁ ଓ ୮୧ ଜଣ ପୁରୁଷ ମିଶି ପ୍ରାୟ ୧୦୧ ଜଣ ଲୋକମାନଙ୍କ ପାଇଁ ହୋଇଥିବା ସଂଘରୋଧ କେନ୍ଦ୍ରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ରାମକୃଷ୍ଣ ପୋଲାଇଙ୍କ ଦ୍ଵାରା ସେହି ଲୋକମାନଙ୍କ ଶାରୀରିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ସକାଳ ପ୍ରାୟ ୫:୩୦ ରୁ ୭:୦୦ ପର୍ଯ୍ୟନ୍ତ ଯୋଗ ଓ ଶରୀରକୁ ଆବଶ୍ୟକ ହେଉଥିବା ପଦକ୍ଷେପ ଗୁଡିକ ମଧ୍ୟରୁ କେତେକ ସୂର୍ଯ୍ୟସନ ଶିଖେଇ ଥିବା ସହ ‘ଗୋ-କରୋନା-ଗୋ’ ର ନାରା ଦେଇ ଉତ୍ସାହିତ କରିଥିଲେ ଓ ପରି ଶେଷରେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ପରିସମାପ୍ତ କରିଥିଲେ । ଶେଷରେ କହିଥିଲେ “ଆମେ ଆମ ଗ୍ରାମରେ ମହାମାରୀ କରୋନାକୁ ପ୍ରବେଶ କରିବାକୁ ଦେବୁ ନାହିଁ”।

ରିପୋର୍ଟ : ବିପ୍ଳବ ସେଠି