

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଛନ୍ତି । ପ୍ରକାଶ ଥାଉକି ଦେଶରେ ୧୯୪୫ ମସିହାରୁ ଡେଙ୍ଗୁ ଚିହ୍ନଟ କରାଯାଇଛି । ୧୯୮୮ ମସିହାରେ ଏହା ପ୍ରଥମେ ଦିଲ୍ଲିରେ ମହାମାରୀ ରୂପ ଗ୍ରହଣ କରିଥିଲା । ୨୦୧୮ ମସିହାରେ ଦେଶରେ ୮୯୯୭୪ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳ୍ ୧୪୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ଭଳି ଓଡିଶାରେ ୨୦୧୦ ମସିହାରେ ପ୍ରଥମେ ରାଜ୍ୟରେ ଡେଙ୍ଗୁ ଦେଖା ଦେଇଥିଲା । ୨୦୧୮ ମସିହାରେ ମୋଟ ୫୧୯୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ ୧୫୫୯ ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ । ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ନିୟବଣ ଓ ନିରାକରଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ହେଲବି ଏଥିରେ ମରି ନାହାଁନ୍ତି । ଭେକ୍ଟରବାହୀତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ ଲକ୍ଷ ଔଷଧୀୟ ମଶାରୀ ମାଗିଛନ୍ତି । ଏହି ଅବସରରେ ବାର୍ଷିକ ରିପୋର୍ଟ ଉନ୍ମୋଚନ କରି ଡାଃ ମେହେର୍ଦ୍ଦା ମଶାବାହୀତ ଏହି ରୋଗକୁ ନିୟବଣ କରିବା ଲାଗି ମଶାରୀ ବ୍ୟବହାର ସହିତ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଚଳିତ ବର୍ଷ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ହେଲବି ଏଥିରେ ମରି ନାହାଁନ୍ତି । ଭେକ୍ଟରବାହୀତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ ଲକ୍ଷ ଔଷଧୀୟ ମଶାରୀ ମାଗିଛନ୍ତି । ଏହି ଅବସରରେ ବାର୍ଷିକ ରିପୋର୍ଟ ଉନ୍ମୋଚନ କରି ଡାଃ ମେହେର୍ଦ୍ଦା ମଶାବାହୀତ ଏହି ରୋଗକୁ ନିୟବଣ କରିବା ଲାଗି ମଶାରୀ ବ୍ୟବହାର ସହିତ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଔଷଧୀୟ ମଶାରୀ ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ଭେକ୍ଟର ବାହୀତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରାଯାଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଆଗେ ନେବା ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୧ିଳନୀକକ୍ଷରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତବ ସଚିବ ଶରତ ଚନ୍ଦ୍ର ମିଶ୍ର, ଡାଃ ଲିଙ୍ଗରାଜ ମିଶ୍ର, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମସଚିବ ୟାମିନୀ ଷଢଙ୍ଗି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶିଲ କର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ, ଆର୍.ଏମ୍.ଆର୍.ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏବଂ କେନ୍ଦ୍ର ଏନ୍ଭିବିଡିସିପି ଯୁଗ୍ମ ନିର୍ଦ୍ଦେଶକ ଡାଃ ସୁଖବିର୍ ସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର

