ଡେମେଜ୍ ସିମେଣ୍ଟ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ ନିର୍ମାଣରେ ରାସ୍ତା ଫାଟିଛି : ପ୍ରଶାସନ ନୀରବଦ୍ରଷ୍ଟା, ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଦୀର୍ଘ ଦିନ ରାସ୍ତା ଖରାପ ହେବା ପରେ, ଏବେ ଜଳେଶ୍ଵର ଠାରୁ କେଶପୁରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଠିକାଦାର ୨ଟି ପର୍ଜାୟରେ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ରାସ୍ତା ଜଳେଶ୍ଵର ଠାରୁ ରାୟାଁରାମଚନ୍ଦ୍ରପୁର ଗ୍ରାମର ପଚାବାବୁ ଛକ ପର୍ଯ୍ୟନ୍ତ ପ୍ରାୟ ୩ କୋଟି ୬୫ ଲକ୍ଷ ଅନ୍ୟ ଗୋଟିଏ ରାୟାଁରାମଚନ୍ଦ୍ରପୁର ପଚାବାବୁ ଛକ ଠାରୁ କେଶପୁରା ପର୍ଯ୍ୟନ୍ତ ୧ କୋଟି ୪୮ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ଜଣାପଡ଼ିଛି । ଏହି ଦୁଇଟି ପର୍ଯାୟ କାର୍ଯ୍ୟ ଆରମ୍ଭ ହୋଇଛି । ରାୟାଁରାମଚନ୍ଦ୍ରପୁର ଠାରୁ କେଶପୁରା ରାସ୍ତାଟି କେଶପୁରା ହାଟ ଠାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଧୂଳିବାଲି ବା ଚୋରାବାଲି ଏବଂ ଡେମେଜ ହୋଇଥିବା ନିମ୍ନ ମାନର ସିମେଣ୍ଟରେ ଯାହାର ତିଆରି ତାରିଖ ନାହିଁ କି ଅବଦ୍ଧି ତାରିଖ ମଧ୍ୟ ନାହିଁ । ସେହି ସିମେଣ୍ଟରେ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ଓ ସେହି ନିମ୍ନ ମାନର ଡେମେଜ ସିମେଣ୍ଟରେ କାର୍ଯ୍ୟ ଆରମ୍ଭ ହୋଇଯାଇ ଥିବାରୁ ୨୪ ଘଣ୍ଟା ନ ପୁରୁଣୁ କେଶପରା ହାଟ ପାଖରେ ବହୁ ସ୍ଥାନରେ ରାସ୍ତା ଫାଟି ଯିବାରୁ ବହୁ ସମୟ ଧରି କାର୍ଯ୍ୟ ଜନ ସାଧାରଣଙ୍କ ଦ୍ୱାରା ବନ୍ଦ ହୋଇ ଯାଇଥିଲା । ପୁଣି ସେମାନେ ବାଲି ବଦଳାଇ ଦେଇ ସେହି ଡେମେଜ ସିମେଣ୍ଟରେ କାର୍ଯ୍ୟ କରୁଥିବାରୁ ଜନ ସାଧାରଣଙ୍କ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ଅପର ପକ୍ଷରେ ଆରଡି ବିଭାଗର କୌଣସି ଅଧିକାରୀ ତଦାରଖ ନ କରି କିମ୍ଵା କାମ ହେଉଥିବା ସ୍ଥାନରେ ନ ରହି ଠିକାଦାର ହାତରେ ଛାଡ଼ି ଦେଇଥିବାରୁ ନିମ୍ନ ମାନର କାର୍ଯ୍ୟ ନିର୍ମାଣ ହେଉ ଥିବା ଜନସାଧାରଣରେ ଆଲୋଚନା ହେଉଛି । ପ୍ରକାଶ ଥାଉକି ଏହି ରାସ୍ତାରେ ପ୍ରାୟ ବାଲିଆପାଳ ବ୍ଲକର ବହୁ ପଞ୍ଚାୟତ ବାସୀ ଓ ଜଳେଶ୍ଵର ଓ ବସ୍ତା ବ୍ଲକର ବହୁ ଲୋକ ଯାତାୟାତ କରୁ ଥିବାରୁ, ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି ଏହି ଫଟା ରାସ୍ତାକୁ ଭାଙ୍ଗି ନୂଆ ରାସ୍ତା କରିବାକୁ ଅନୁରୋଧ କରାଯାଇଛି । ଭିବାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ଗତକାଲି ଅପରାହ୍ନରେ ତଦନ୍ତ କରି ଫେରି ଯାଇଛନ୍ତି । ମାତ୍ର ସେଠାକୁ ଡେମେଜ ସିମେଣ୍ଟ ଆସି କାହା ଇଙ୍ଗିତରେ ରାସ୍ତା କାର୍ଯ୍ୟ ହେଉ ଥିଲା ଓ ଅଭିଯୋଗ ହେବା ପରେ ପରେ କିଛି ରାସ୍ତା ଉକ୍ତ ଡେମେଜ ସିମେଣ୍ଟରେ କାର୍ଯ୍ୟ ହୋଇ, ପୁଣି ତାହାକୁ ଫେରାଇ ନେଇଯିବା ଆଶ୍ଚର୍ଯ୍ୟ ବିଷୟ ହୋଇଛି । ସୂଚନା ଦିଆ ଯାଉଛି କି, କାର୍ଯ୍ୟର ଅଟକଳ ମୂଲ୍ୟ ବା ପ୍ରକଳ୍ପ ମୂଲ୍ୟର ଫଳକ ଠିକାଦାର ଦ୍ବାରା ଟଙ୍ଗା ଯାଇ ନାହିଁ ।

ରିପୋର୍ଟ : ଭୂପତି ପରିଡା