


ଢେଙ୍କାନାଳ(ସମୃଦ୍ଧ ଓଡିଶା)ଢେଙ୍କାନାଳ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୪ ବର୍ଷ ବୟସରେ ପଦାର୍ପଣ କରିଥିବାରୁ ତାଙ୍କ ଦୀର୍ଘ ଜୀବନ କାମନା କରି ଏକ ମେଘା ରକ୍ତଦାନ ଶିବିର କରାଯାଇଥିଲା । କର୍ମୀମାନେ ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ ମଣୀ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ବୋଲି ନିର୍ବାଚନ ମଣ୍ଡଳୀ ତରଫରୁ ଢେଙ୍କାନାଳ ଟାଉନ ହଲ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ କରି ମହା ସମାରୋହରେ ପରିଚାଳନା କରିଥିଲେ । ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ୨୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଦେଇଥିବା ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ ବିଜେଡି ବରିଷ୍ଠ ନେତାମାନେ ।
ରିପୋର୍ଟ : ଶୁଭମ ପାଣି