ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଏବିଭିପି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳର ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ନାରାବାଜି କରାଯଇଥିଲା । ଓଡିଶା
ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀମାନ୍ ଶଶିକାନ୍ତ ମିଶ୍ର ଓଡିଶାର ଗର୍ବ ଗୌରବ ଗାଥା ଆଲୋଚନା ହୋଇଥିଲା । ଉତ୍କଳର ଗାଥାକୁ ଆହୁରି ଆଗକୁ ନେବା ପାଇଁ ଛାତ୍ରମାନେ ସପଥ ନେଇ ଥିଲେ । ଜିଲ୍ଲା ସଂଯୋଜକ ବି ସୂର୍ୟ ରୋଶନ ଉତ୍କଳର ଉନ୍ନତିରେ ଛାତ୍ରମାନଙ୍କ ଗୁରୁତ୍ଵ ଓ ଦାଇତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ନଗର୍ ସମ୍ପାଦକ ଅରିଜିତ ପଟ୍ଟନାୟକ ଧନ୍ୟବଦ୍ ଅର୍ପଣ କରି କହିଥିଲେ ଯେ ଛାତ୍ର ସାମାଜ ହାତରେ ହିଁ ଓଡିଶାର ଉନ୍ନତି ଆମେ ମାନେ ଆଗେଇଲେ ଉତ୍କଳ ଆଗେଇବ ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସାସ୍ୱତୀ ପଣ୍ଡା, ସିଦ୍ଧାର୍ଥ ଜେନା, ଅରୁ କୁମାର ସାହୁ, ନଗର୍ ସହ ସମ୍ପାଦକ ଅଭିନବ ବେହେରା, ଛାତ୍ରୀ ନେତ୍ରୀ ସୁଶ୍ରୀ ସୋନାଲି, ଛାତ୍ର ନେତା ଅମ୍ରିତ ଅଭିଷେକ ଦାସ, ଶିବ ସୁନ୍ଦର୍ ସେଠି ପୃଥିବୀ ରାଜ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା