ଢେଙ୍କାନାଳରେ କଂଗ୍ରେସର ଜନଜାଗରଣ ଯାତ୍ରା

ଢେଙ୍କାନାଳ (ଶୁଭମ ପାଣି)ରାଜ୍ୟ କଂଗ୍ରେସ ଆହ୍ୱାନ କ୍ରମେ ଢେଙ୍କାନାଳରେ  ଗତକାଲିରୁ  ଆରମ୍ଭ ହେଇଥିବା ଜନଜାଗରଣ ଯାତ୍ରା ଏକ ସୁନ୍ଦର ପଦକ୍ଷେପ ବୋଲି ନେତୃମହଲରେ ଚର୍ଚ୍ଚା ହେଉଛି। ଲୋକଙ୍କ ସହ ମିଶିବା ଓ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଜାଣିବା, ଲୋକଙ୍କ ପ୍ରଶ୍ନ ଉତ୍ତରର ସାମ୍ନା କରିବା ପାଇଁ ଏହା ଏକ ସୁନ୍ଦର କାର୍ଯ୍ୟ ବୋଲି କଂଗ୍ରେସ କର୍ମୀମାନେ  ସ୍ୱାଗତ କରିଛନ୍ତି । କଂଗ୍ରେସର  ଯୁବନେତା ଶୁଭ ପଣ୍ଡା ଏହାକୁ ସ୍ୱାଗତ କରି ଜନଜାଗରଣ ଯାତ୍ରାର ନେତୃତ୍ୱ ନେଇଥିଲେ ଏବଂ ପିସିସି ସଭାପତିଙ୍କ  ଢେଙ୍କାନାଳ ଗ୍ରସ୍ତ ସମୟରେ ସମ୍ପୂର୍ଣ ସହଯୋଗ ପୂର୍ବକ ଏହି ଅଭିଯାନକୁ ସମ୍ପୂର୍ଣ ସଫଳ କରିବା ପାଇଁ ସହଯୋଗୀ ମାନଙ୍କୁ ପ୍ରସ୍ତୁତି ଆରମ୍ଭ କରିବା ନିମନ୍ତେ  ପରାମର୍ଶ ଦେଇଛନ୍ତି। ଏହାଛଡା  ନିଜ ଗ୍ରାମରେ ଥିବା ଯୁବ ମହିଳା ଓ ବୁଦ୍ଧିଜୀବୀ ମାନଙ୍କୁ ଦଳର ସଦସ୍ୟତା ଗ୍ରହଣ କରିବାନିମନ୍ତେ ପ୍ରବର୍ତାଇଚନ୍ତି।ସେ କହିଛନ୍ତି ଯେ ଆମର ପ୍ରୀୟାନେତା ରାହୁଲ ଗାନ୍ଧୀଙ୍କ ସ୍ୱପ୍ନ ଶକ୍ତି ଯୋଜନା  ମାଧମ ରେ ଲୋକଙ୍କୁ ଯୋଡାଯାଉଛି ।ସେମାନଙ୍କର ଭୋଟରକାର୍ଡ ନମ୍ବରକୁ ମୋବଇଲ ନମ୍ବର  7045006100 କୁ ମେସେଜ କରିବାକୁ କୁହାଯାଉଛି।