ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ତଥା ତା ୧୭ ରିଖ ସ୍ଥାନୀୟ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ”ନିତ୍ୟା ନୃତ୍ୟାଙ୍ଗନ” ସୌଜନ୍ୟରୁ ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳୀନ ନୃତ୍ୟ ଶିବିର ଉଦଯାପନୀ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ଅତିଥିମାନେ ଉପସ୍ଥିତ ହୋଇ ଆଜିର ଶିଶୁ କାଲିର ବରିଷ୍ଠ ନାଗରିକ ହେବାର ସ୍ୱପ୍ନ ଦେଖାଇ ଥିଲେ । ଏହି ନୃତ୍ୟ ଶିବିର ତା ୧୨/୫/୨୦୧୯ ରୁ ଆରମ୍ଭ ହୋଇ ତା ୧୭/୫/୨୦୧୯ ରିଖ ଯାଏଁ ଅନୁଷ୍ଠିତ ହୋଇଥିବାରୁ ଅତିଥିମାନେ ଆନନ୍ଦିତ ହୋଇଥିଲେ ଏବଂ ଗୋପବନ୍ଧୁ ଟାଉନ ହଲରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତେ ଭୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଡ଼. ଅଜିତ କୁମାର ରଣା ଓ ଗୁରୁ ଶଙ୍କର ନିର୍ଦ୍ଦେଶକ ଭାବରେ ପିଲାମାନଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଯୁବ ନାଟ୍ୟକାର, ନିର୍ଦ୍ଦେଶକ, ନାଟ୍ୟାକର୍ମୀ ଦୀନେଶ ଦାସ ନାଟକ ମାଧ୍ୟମରେ ପିଲାମାନେ କେମିତି ଜଣେ ଜଣେ ଆଦର୍ଶ ବ୍ୟକ୍ତି ଭାବରେ ସମାଜରେ ସୁନାମ ଅର୍ଜନ କରିବେ ଦର୍ଶାଇଥିଲେ । ୬ ଦିନ ଧରି ଚାଲିଥିବା ନୃତ୍ୟ ଶିବିରର ଅଧ୍ୟକ୍ଷ ଭାବରେ ଶିଳ୍ପୀ ଫରେଶ ଚନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ଏବଂ ଯୁବ ନୃତ୍ୟ ଗୁରୁ ଆଶିଷ କର ଏ ପ୍ରକାର ପ୍ରଥମ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଢେଙ୍କାନାଳରେ ପ୍ରଥମ ଥର ପାଇଁ ଦୀର୍ଘ ୬ଦିନ ଧରି ଏଭଳି ଏକ କାର୍ଯ୍ୟକ୍ରମ ଟାଉନରେ ହୋଇଥିବାରୁ ବହୁ ପ୍ରସଂଶନୀୟ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟ ପ୍ରଜ୍ଞା ଓ ସୋନାଲି ପରିଚାଳନା କରିଥିଲେ ଏବଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବାରେ ଦକ୍ଷତା ଦେଖାଇଥିଲେ । ଏହି ଅବସରରେ ଗତକାଲି ସକାଳ ୯ ଟା ସମୟରେ ବରିଷ୍ଠ ଚିତ୍ରଶିଳ୍ପ ଫରେଶ ପଟ୍ଟନାୟକ ଓ କଳିଙ୍ଗ ଟିଭିର ଢେଙ୍କାନାଳ ପ୍ରତିନିଧି ଅକ୍ଷୟ ସାହୁ ଅତିଥି ଭାବରେ ରହି ପିଲାମାନଙ୍କ ଦ୍ୱାରା ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ସର୍ବ ଶେଷରେ ସମ୍ପାଦକ ଗୁରୁ ଆଶିଷ କୁମାର ପାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛୋଟ ଛୋଟ ପିଲାମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରଦାନ ଓ ମଞ୍ଚର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ ରୁତୁପୁର୍ଣ୍ଣା ରାଉତ, କାଜଲ ଶତପଥୀ, ସ୍ମୃତି ଛୋଟରାୟ, ତମନ୍ୟୁ ମହାନ୍ତି, ଅଜିତ ପାଲ, ଅବନୀର ବରାଳ, ଲିପି ସ୍ୱାଇଁ, ରାମନାଥ ପାତ୍ର, ବିଜୟ ସ୍ୱାଇଁ, ଈଶ୍ୱର ବେଗ ପ୍ରମୁଖ ସହଯୋଗ କରିଥିଲେ । ବିଶେଷ ଦ୍ରଷ୍ଟବ୍ୟ ଏହି ଯେ, ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଉପଲକ୍ଷେ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ଭାବରେ ଶିବିରର ପିଲାମାନଙ୍କୁ ଖାତା, କଲମ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତ କାର୍ଯ୍ୟକ୍ରମ ପରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ଦେଖି ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି