

ଢେଙ୍କାନାଳ(ଶୁଭମ ପାଣି)ମାସର ତୃତୀୟ ସୋମବାର ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ଜନଶୁଣାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ଶୁଣିଲେ । ଜିଲ୍ଲାପାଳ ଆସିନଥିବାରୁ ଅତରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇଦେଲେ । ଲୋକେ କହିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ କେବେବି ଆସନ୍ତି ନାହିଁ । ତାଙ୍କ ଅଫିସର କାମ ଚଳାଇ ନିଅନ୍ତି । ସେମିତି ଜିଲ୍ଲାପାଳ ନ ଆସିଲେ କଣ ହେଲା ଅତିରିକ୍ତ ଜିଲ୍ଲାପାଳତ ଅଛନ୍ତି ।ଅତିରିକ୍ତ ଜିଲ୍ଲାପାଳ ଅବନୀ କୁମାର ପଟନାୟକ ଜିଲ୍ଲାର ଅନ୍ୟାନ୍ୟ ଅଫିସର ମାନଙ୍କୁ ନେଇ ଜନଶୁଣାଣୀ ଅତିସୁନ୍ଦର ଭାବେ କଲେବୋଲି ବାହାରେ ଚର୍ଚ୍ଚା ହେଲା ।