ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ୫ ଦିନିଆ ଶିକ୍ଷକ କର୍ମଶାଳା ଅଭିବୃଦ୍ଧି ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ବ୍ଲକ ସାଧକ କର୍ମୀମାନଙ୍କର ଜିଲ୍ଲାସ୍ତରୀୟ ୫ ଦିନିଆ ଶିକ୍ଷକ କର୍ମଶାଳା ଅଭିବୃଦ୍ଧି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣରେ ୮ଟି ବ୍ଳକରୁ ୭୨ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଗତ ଫେବୃଆରୀ ୨ରୁ ଆରମ୍ଭ ହୋଇଥିଲା । ଡ଼ିଆଇଟିର ପ୍ରିନସିପାଲ ନଳିନୀ ପ୍ରଭା ଦେବୀ ଓ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ସୁଧାନନ୍ଦ ପରିଡା, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଦର ବ୍ଲକ ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ଗଦିଆଁ ବ୍ଲକର ହରିହର ସାହୁ ଓ କାମାକ୍ଷାନଗର ବ୍ଲକର ଅଜୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶିକ୍ଷଣ କୃଷି ଦାବେତମ ପ୍ରଶାନ୍ତ ପଣ୍ଡା, ସଂଜୀବ ମହାପାତ୍ର, ରଶ୍ମିରେଖା ପଣ୍ଡା, ଶିଶିର ସାହୁ, ପଙ୍କଜ ଲୋଚନ ସାହୁ ଓ ପ୍ରଦୀପ କୁମାର ସାହୁ ତାଲିମ ପରିଚାଳନାରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଯୋଗ ଦେଇ ବ୍ଲକ ସ୍ତରରେ ଶିକ୍ଷକ ତାଲିମକୁ ସଫଳ କରିବା ସହିତ ପିଲାମାନଙ୍କର ଶିକ୍ଷକ ଦକ୍ଷତା ଅଭିବୃଦ୍ଧି କିପରି ହୋଇ ପାରିବ ସେ ସଂପର୍କରେ ଉଦବୋଧନ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି