ଢେଙ୍କାନାଳ (ସମୃଦ୍ଧ ଓଡିଶା) ନବନିର୍ମାଣ କୃଷକ ସଂଗଠନ ତରଫରୁ ହିନ୍ଦୋଳା ସାତମାଇଲି ହାଟତୋଟା ପଡିଆରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ଷେତ୍ରବାସୀ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ ଯୋଗଦେଇ କହିଥିଲେ ସ୍ୱାଧୀନତାର ୭୨ବର୍ଷ ପରେ ଚାଷୀମାନଙ୍କର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଚାଷୀ ଉତ୍ପାଦିତ ଦ୍ରବ୍ୟ ଉପଯୁକ୍ତ ମୂଲ୍ୟ ବା ଧାନ କୁଇଣ୍ଟାଲ ଓ ଚାଷୀ ସୁରକ୍ଷା ଭର୍ତ୍ତା ୫୦୦୦ ଟଙ୍କା ଓ ସମ୍ମାନ ଦାବିରେ ଚାଲିଥିବା ଆନ୍ଦୋଳନକୁ ଆଗକୁ କିପରି ପ୍ରତି ପରିବାର ପାଖରେ ପହଞ୍ଚିପାରିବା ଚାଷୀମାନଙ୍କୁ କୃଷି ତାଳୁପାତି, ଶୀତଳ ଭଣ୍ଡାର, ଜଳସେଚନ, ଧାନମଣ୍ଡି ପ୍ରତି ପଞ୍ଚାୟତରେ, ହାତୀମାନଙ୍କର ଉପଦ୍ରବ କିପରି ରୋକିହେବ ସେ ବିଷୟରେ ସମାଧାନ କରାଯାଇପାରିବ । ବିଗତ ଅକ୍ଟୋବର ୨୯ତାରିଖରୁ ନଭେମ୍ବର ୫ ତରିଖ ୭ଦିନ ବ୍ୟାପି ଚାଲିଥିବା ଚାଷୀ ପଦଯାତ୍ରାକୁ ସରକାର ପୋଲିସ ଲଗାଇ ଭୁବନେଶ୍ୱରକୁ ଯିବାକୁ ନଦେବାରୁ ଆଗାମୀ ଦିନରେ ନେତା ଓ ଅଫିସରଙ୍କୁ ଗାଁକୁ ମନା । ରାଜ୍ୟ ସ୍ତରୀୟ ନିଷ୍ପତି ଅନୁସାରେ ଆଗାମୀ ଫେବୃଆରୀ ୫ତାରିଖ ସନ୍ଧ୍ୟା ସୁଦ୍ଧା ସରକାର ପେନସନ ଘୋଷଣା ନକେଲ ଆଗାମୀ ୭ ତାରିଖରେ ବିଧାନ ସଭା ଘେରାଉ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ଅର୍ଥନୈତିକ ଆନ୍ଦୋଳନ ଜାରି ରହିବ ବୋଲି ସହ ସଂଯାଜକ ଉମାକାନ୍ତ ରାଉତ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ତଥା ଉଚ୍ଚ ସ୍ତରରେ ଚାଷୀ ନେତାମାନେ ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଏହି ସଭାରେ ଶତାଧିକ ଚାଷୀ ଯୋଗଦେବା ସହ ଅନୁଆମାନଙ୍କ ମଧ୍ୟରେ ଚାଷୀ ନେତା ଗୋଲକ ବିହାରୀ ମହାନ୍ତି, କୈଳାସ ରାଉତ, ସୁଧାକର ପରିଡା, ବିମ୍ବାଧର ମାଝି, ଅରବିନ୍ଦ ବରାଳ, ମୁରଲୀଧର ପ୍ରଧାନ, ଜୟନ କୁମାର ପ୍ରଧାନ, ଧନୁ ରାଉଳ, ଭାବଗ୍ରାହୀ ନାୟକ, ଗୌରଚନ୍ଦ୍ର ନାୟକ, ରଞ୍ଜନ କୁମାର ସାହୁ, ଅନନ୍ତ ଚରଣ ବିଶ୍ୱାଳ, ମଙ୍ଗରାଜ ନାୟକ, ବିରାଣୀ ସାହୁ, କୁନୁ ବିଶ୍ୱାଳ, ପ୍ରଜ୍ଞାସିନ ନାୟକ, ନର୍ମଦା ସାହୁ, ସଂଯୁକ୍ତା ସାହୁ, ତିଳତମା ଦାଶ ପ୍ରଭୃତି ଚାଷୀ ମତ ପ୍ରକଶ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି