ଢେଙ୍କାନାଳରେ ମଙ୍ଗଳବାର ଓଷା ପାଳନ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦୋଳମଣ୍ଡପ ସାହିରେ ମାଁ ମଙ୍ଗଳା ପୀଠରେ ମହିଳାମାନେ ମଙ୍ଗଳବାର ଓଷା ପାଳନ କରିଛନ୍ତି । ଧୂପ ଦୀପ ନୈବେଦ୍ୟ ଦେଇ ମୁଣ୍ଡରେ ପାଣି କଳସୀ ଧରି ମାଁ ମଙ୍ଗଳାଙ୍କୁ ପୂଜା କରନ୍ତି । ମଙ୍ଗଳାଙ୍କ ବହି ପାଠ କରି ବିଭିନ୍ନ ସମସ୍ୟା ଦୂରକରିବା ପାଇଁ ଏଠାକାର ମହିଳାମାନେ ଏହି ପୂଜା କରିଥାନ୍ତି । ମଙ୍ଗଳବାର ରାତିରେ ଏଠାକାର ମହିଳାମାନେ ଏହି ଓଷା ପାଳନ କରିଛନ୍ତି ।