ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ଯଦୁପତି ବିହାରସ୍ଥ ରାଧାକୃଷ୍ଣ ମନ୍ଦିରରେ ରାଧା କୃଷ୍ଣଙ୍କର ୧୩ତମ ବାର୍ଷିକ ନନ୍ଦୋତ୍ସବ ପାଳନ କରାଯାଇଛି । ଏହି ପାଳନ ଅବସରରେ ଭୋର ୫ଟାରେ ଦୁଆର ଫିଟା ଯାଇ ମଙ୍ଗଳ ଆରତୀ କରାଯାଇଥିଲା । ଏହାପରେ ବିଧି ମୁତାବକ ପୂଜା ପଦ୍ଦତି ଆରମ୍ଭ କରାଯାଇ ଏହି ଉତ୍ସବକୁ ପାଳନ କରାଯାଇଥିଲା । ଏହି ଅବସରରେ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କର୍ମକର୍ତ୍ତାଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି