

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ପରିସରରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମ ଉତ୍ସବ ତଥା ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ମଙ୍ଗଳ ଆଳତି ପରେ ଜୀଉଙ୍କର ସୂର୍ଯ୍ୟ ପୂଜା ଏବଂ ଜନ୍ମ ପୂଜା ଅନୁଷ୍ଠିତ କରାଯାଇଥିଲା । ପ୍ରଭୁ ରାମ ରାଜା ରାମେଶ୍ଵରୀ ବେଶରେ ରୋପ୍ୟ ଅଳଙ୍କାର ଆଭୁଷଣରେ ଭକମାନଙ୍କୁ ଦର୍ଶନ ଦେଇଥିଲେ । ଯୁବରାଜ ଆମର ଜ୍ୟୋତି ସିଂହଦେଓ, ମହନ୍ତ ମହାରାଜ ମୋହନ ଚାନ୍ଦ ଦାଶଙ୍କ ଦ୍ୱାରା ସନ୍ଧ୍ୟା ଆଳତି କରାଯାଇଥିଲା । ତା ମଧ୍ୟରେ ଭଜନ, ହନୁମାନ ଚାଳିଶା ପାଠ କରାଯିବା ସହ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି ଅବସରରେ ସହରରେ ପାଖାପାଖି ମଠ ମନ୍ଦିର ଏବଂ ଆରାଧ୍ୟ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ସପ୍ତଶଯ୍ୟା ଠାରେ ବହୁତ ଭକ୍ତଙ୍କର ଦର୍ଶନ ଲାଗି ଭିଡ ଜମି ରହିଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି