
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଟାଉନ ପ୍ଲାନିଂ ଠାରେ ଶନିଶ୍ଚରଙ୍କର ୧୦ମ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇଯାଇଛି । ଏହି ଅବସରରେ ଶନିଶ୍ଚର ଠାକୁରଙ୍କ ନିମନ୍ତେ ବଡ଼ଯୋରା ଠାରୁ ଶୁକ୍ରବାର ଦିନ କଳସ ଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଗତକାଲି ତଥା ଶନିବାର ଦିନ ପ୍ରାତଃରେ ପେଟ ଓଷା, ମହାଯଜ୍ଞ ଅନୁଷ୍ଠିତ କରାଯାଇଥିଲା ଏହାପରେ ସଂଧ୍ୟା ୫ ଘଂଟିକା ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ କରାଯାଇଥିଲା । ସନ୍ଧ୍ୟା ୭ଟା ସମୟରେ ଶନିଶ୍ଚର ପୂଜା ପ୍ରତିଷ୍ଠାନ ପକ୍ଷରୁ ଏକ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦିବ୍ୟ ପ୍ରିୟଦର୍ଶନୀ, ପ୍ରେମ କୁମାର ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପ୍ରଦୀପ କୁମାର ଭଜନ ସଂଧ୍ୟାର କାର୍ଯ୍ୟକ୍ରମର ଘୋଷକ ଭାବେ ରହିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି