ଢେଙ୍କାନାଳର “ଆୱାର୍ଡ” ଅନୁଷ୍ଠାନ ପକ୍ଷରୁ ଜଙ୍ଗଲ ସୁରକ୍ଷାର ଜନ ସଚେତନତା ପାଇଁ ଏକ ଜଙ୍ଗଲ ରଥର ସହର ପରିକ୍ରମା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜଙ୍ଗଲର ବିଲୋପକୁ ରୋକିବା ଉଦ୍ଦେଶ୍ୟରେ “ଆୱାର୍ଡ” ଅନୁଷ୍ଠାନ ପକ୍ଷରୁ ଏକ ଜଙ୍ଗଲ ରଥକୁ ଢେଙ୍କାନାଳ ସହରରେ ବୁଲାଇ ଜନ ସଚେତନତା ସୃଷ୍ଟି କରାଯାଇଛି । ଗଛ ଗୁଡିକୁ ଜଙ୍ଗଲରୁ ନ କାଟି ବରଂ ନୂଆ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବା ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ତେଣୁ ସମସ୍ତେ ଗଛକୁ ନ କାଟି ଗଛ ଲଗାଇବାକୁ କହିଥିଲେ । ଏଥିରେ ଅନୁଷ୍ଠାନର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ହଳଦୀଗୁଣ୍ଡିର ଦିଲୀପ ସାହୁ, ୱାଇଲଡ଼ଲାଇଫ ସ୍ବେକ ରେସକ୍ୟୁ ଟିମର ସୁଜିତ ନନ୍ଦ ପ୍ରମୁଖ ଅଲୋଚନାରେ ଯୋଗଦେଇ ନେଇ ଜଙ୍ଗଲ ସୃଷ୍ଟିର ଉପକାର ଉପରେ ଆଲୋକପାତ କରାଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି