

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗଣେଶ ବଜାର ରଥଗଡା ପରିବା ମାର୍କେଟ ତରଫରୁ ତ୍ରିନାଥ ଗୋସେଇଁଙ୍କ ଦ୍ୱିତୀୟ ବାର୍ଷିକ ତ୍ରିନାଥ ମେଳା ମା ସରସ୍ୱତୀଙ୍କ ପୂଜା ଦିବସରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବାଦିପାଲାର ଆୟୋଜନ କରାଯାଇଥିଲା । ଏହି ବାଦିପାଲାରେ ହରପ୍ରିୟା ସ୍ୱାଇଁ ଓ ଦୀପିକା ସ୍ୱାଇଁ ଅଂଶ ଗ୍ରହଣ କରି ପାଲା ପରିବେଷଣ କରିଥିଲେ । ଏହାର ପରିଚାଳନା କରିଥିଲେ ଦେବନ ସେଠି, ଅଲେଖ ନାୟକ, ବ୍ରଜବନ୍ଧୁ ସାହୁ, ରମେଶ ଭୋଳ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରକାଶ ସାହୁ, ଗଙ୍ଗାଧର ବେଦ, କୈଳାସ ସାହୁ ଓ ଅନ୍ୟାନ୍ୟ ସଭ୍ୟମାନେ ।
ରିପୋର୍ଟ : ଶୁଭମ କୁମାର ପାଣି