

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଗୋପବନ୍ଧୁ ଟାଉନହଲ ଠାରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ, ଜନ୍ମାଷ୍ଟମୀ ମହୋତ୍ସବ ଓ ପୂଜ୍ୟ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂଜ୍ୟ ସ୍ୱାମୀ ସଚିଦାନନ୍ଦ ସରସ୍ୱତୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ମହେଶ ସାହୁ ଯୋଗ ଦେଇଥିଲେ । ଏହାସହ ସମ୍ମାନିତ ଅତିଥି ଭାବେ ପୁରୀ ମହାରାଜା ପୂଜ୍ୟ ସ୍ୱାମୀ କୃପାନନ୍ଦଜୀ ଯୋଗ ଦେଇଥିବା ବେଳେ ସଭାପତି ରଘୁନାଥ ପଣ୍ଡା ମଞ୍ଚାସିନ ଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ ଅର୍ପଣ କରାଯାଇଥିଲା । ଏଥିରେ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
