ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳରେ ଅବସ୍ଥିତ ଡ଼. ଦଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ଯୋଗଦେଇ ପିଲାମାନଙ୍କୁ ପୁସ୍ତକ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇ ଜୀବନକୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଉପଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦା ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଡ଼. ରଶ୍ମି ମିଶ୍ର ଢେଙ୍କାନାଳ ସ୍ୱୟଂ ଶାସିତ ବିଦ୍ୟାଳୟର ଅଧ୍ୟକ୍ଷା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟୁତ ପ୍ରଭା ଦେବୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ସମାଜସେବୀ ଶାନ୍ତି ମିଶ୍ର, ପ୍ରଶାନ୍ତ ମିଶ୍ର, କାମ୍ବେଶ୍ଵର ମିଶ୍ର, ତରୁଣ କୁମାର ଘୋଷ ପ୍ରଭୁତି ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ବିଦ୍ୟାନୁଗାମୀ ଓ ସମୟାନୁବର୍ତ୍ତିତା ହେବା ପାଇଁ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ର ବିଦ୍ୟାଳୟର ବିବରଣୀ ପ୍ରାପ୍ତ କରିଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶୁଭେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ରଜତ ଜୟନ୍ତୀ ଉପରେ କବିତା ପାଠ ବିଜ୍ଞାନ ଶିକ୍ଷୟତ୍ରୀ ସାରଳା ସାହୁ କରିଥିଲେ । ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ହିସାବରେ ଉଦୟନାଥ ନନ୍ଦ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ କୁମାରୀ ଉଷା ବେହୁରୀ ୧୦୦୦ ଟଙ୍କା ଓ କପ ପ୍ରଦାନ ଜିଲ୍ଲାପାଳ ମହୋଦୟ କରିଥିଲେ । ବହୁ ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ପ୍ରତିଷ୍ଠାରେ ସହଭାଗୀ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା . ସମ୍ବର୍ଦ୍ଧିତମାନେ ହେଲେ ସୁରେନ୍ଦ୍ର ପ୍ରସାଦ ରାୟ, ବସନ୍ତ କୁମାର ମହାପାତ୍ର, ବୀଣାପାଣି ପାତ୍ର, ବିଦ୍ୟୁତ ପ୍ରଭା ଦେବୀ, ଅଚ୍ୟୁତ ପାତ୍ର, ସୁଧାନନ୍ଦ ପରିଡା ।
ରିପୋର୍ଟ : ଶୁଭମ କୁମାର ପାଣି