ଢେଙ୍କାନାଳର ବରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବୃୟାରୀ ୧୫ ତାରିଖ ଦିନ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂପ୍ରିକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସହକାରୀ ଶିକ୍ଷାଧିକାରୀ ଗଁଦିଆ ବ୍ଲକର ରମାକାନ୍ତ ବାରିକ, ସମ୍ମାନିତ ଅତିଥି ରୂପେ ଗଁଦିଆ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୟଦ ଆନୱାର ଉଦ୍ଦିନ ଅହମ୍ମଦ, ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ଗଁଦିଆ ବ୍ଲକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସଭାପତି ଶ୍ରୀକାନ୍ତ ପ୍ରଧାନ, ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ବନ ବିହାରୀ ସାହୁ ମଂଚାସୀନ ହୋଇ ସାଂପ୍ରତ୍ୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଅଭିଭାବକମାନଙ୍କ ଦାୟିତ୍ୱ ସମ୍ବଦ୍ଧରେ ଉଦବୋଧନ ଦେବା ସଂଗେ ସଂଗେ ଆଜିର ଶିଶୁ କିପରି ଆଗାମୀ ବାଲିର ଭଲ ନାଗରିକ ହୋଇପାରିବେ ସେହି ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୀରେନ୍ଦ୍ର କୁମାର ସାମନ୍ତ ମଂଚ ପରିଚାଳନା କରିଥିଲେ । ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା ପରିଷଦ ସହଯୋଗ କରିଥିଲେ । କୃତି ପ୍ରତିଯୋଗିଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଦିଆଯାଇଥିଲା । ପରେ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଗ୍ରାମବାସୀମାନେ ଓ ଗଁଦିଆ ବ୍ଲକର ସମସ୍ତ ସିଆରସିସିମାନେ ଏହାକୁ ଉପଭୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି