ଢେଙ୍କାନାଳର ବିବି ହାଇସ୍କୁଲରେ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଢେଙ୍କାନାଳ ଓ ପିସିଆଇର ମିଳିତ ଅନୁକୁଲ୍ୟରେ ଏକ ଫାଇଲେରିଆ ସମ୍ପକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ସୌମ୍ୟ ରଞ୍ଜନ ହୋତା ଓ ସହାୟକ ଆଲୋଚକ ଭାବରେ କବିରାଜ ମହାରଣା ଯୋଗଦାନ କରି ଫାଇଲେରିଆ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସ୍ୱୀୟ ବକ୍ତବ୍ୟ ଉପସ୍ଥାପନା କରି ସମସ୍ତଙ୍କୁ ଡିଇସି, ବଟିକା ଓ ଅଲବେଣ୍ଡାଜଲ ବଟିକା ଖାଇବାକୁ ପରାମର୍ଶ ଦେବା ସଂଗେ ସଂଗେ ଫାଇଲେରିଆ କାରଣ ଓ ନିରାକରଣ ସମ୍ପର୍କରେ ନିଜେ ଜାଣି ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ଅଗଷ୍ଟ ୮, ୯ ଓ ୧୦ ତାରିଖରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଘର ଘର ବୁଲି ଡିଇସି ବଟିକା ଓ ଆଲବେଣ୍ଡାଜଲ ବଟିକା ଖୁଆଇବେ କହିଥିଲେ ଏବଂ ଏହାସହ ସମସ୍ତେ ଏଥିରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପ୍ରାୟ ୫ ଶହ ଛାତ୍ରଛାତ୍ରୀ ଓ ୩୦ ଜଣ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ‘ମୋ ସ୍କୁଲ’ ଅଭିଯାନର ସଂଯୋଜକ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୌସୁମୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି