ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରେ ୭୩ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁନାମଧନ୍ୟ ପ୍ରାକ୍ତନ ଛାତ୍ରୀ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତର କଷ୍ଟଲବଧ ସ୍ୱାଧୀନତା ଆଣିବା ପାଇଁ ପ୍ରାଣବଳୀ ଦେଇଥିବା ନମସ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ସଂଘର୍ଷମୟ ଜୀବନ ଆମମାନଙ୍କର ପଥ ପ୍ରଦର୍ଶନ ହେଉ ବୋଲି ଆଶା ପ୍ରକାଶ କରିଥିଲେ । ଏହି ସ୍ୱାଧୀନତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭାରତ ବର୍ଷର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷା କ୍ଷେତ୍ରରେ ବୈପ୍ଲବର ସୂତ୍ରଧର ହେବାକୁ ସେ ଦୃଢ ଆହ୍ୱାନ ଦେଇଥିଲେ । ଏହି ଉପଲକ୍ଷେ ଚିଫ ଅଫିସର ସୁବାଷ କୁମାର ନନ୍ଦଙ୍କ ନେତୃତ୍ୱରେ ସମର ଶିକ୍ଷାର୍ଥୀ ବାହିନୀ ବଳକ ବିଭାଗର ୧୦୦ ଜଣ କ୍ୟାଡେଟ, ଥାର୍ଡ଼ ଅଫିସର ଅନୁପମା ପଣ୍ଡାଙ୍କ ନେତୃତ୍ୱରେ ୧୦୦ ଜଣ କ୍ୟାଡେଟ, ଚିଫ ଅଫିସର ଧ୍ୟାନଚାଳ ମିଶ୍ରଙ୍କ ନେତୃତ୍ୱରେ ୧୦୦ ଜଣ ନୌବାହିନୀ ବାଳକ ଓ ବାଳିକା କ୍ୟାଡେଟ, ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ୫୦ ଜଣ ଆକାଶ ବାହିନୀ ବାଳକ କ୍ୟାଡେଟ ଓ ୪୪ଜଣ ସ୍ଟୁଡେଣ୍ଟସ ପୋଲିସ କ୍ୟାଡେଟ, ସ୍କାଉଟ ମାଷ୍ଟର ଇତିଶ କୁମାର ବରାଳ ଓ କ୍ଷୀରବର୍ଥି ତନୟା ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣ ବାଳଚର ବାଳକ ଓ ବାଳିକା, ଇକୋକ୍ଳବ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଦେବରାଜ ରାଉତଙ୍କ ନେତୃତ୍ୱରେ ୨୫ ଜଣ ଗ୍ରୀନଆର୍ମି ବାଳକ ପ୍ୟାରେଡ଼ରେ ସଫଳ ଅଂଶ ଗ୍ରହଣ କରିଥିବାରୁ ଓ ଉକୃଷ୍ଠ ପ୍ରଦର୍ଶନ କରିଥିବାରୁ ପ୍ରତ୍ୟେକ ଦଳଙ୍କୁ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପଣ୍ଡିତ ଡା. ରୁଦ୍ର ନାରାୟଣ ମିଶ୍ର ସ୍ମାରକୀ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରକଶଥାଉ କି ଚଳିତ ବର୍ଷ ଚିଫ ଅଫିସର ଡା.ଦେଵୀ ପ୍ରସାଦ ମିଶ୍ର ଓ ଚିଫ ଅଫିସର ସୁବାଷ କୁମାର ନନ୍ଦଙ୍କ ନେତୃତ୍ୱରେ ବିଦ୍ୟାଳୟରେ ସ୍ଥାପିତ ହୋଇଥିବା ୨୨ ଜଣ ବାଳକ ଓ ୨୨ଜଣ ବାଳିକାଙ୍କୁ ନେଇ ଗଠିତ ସ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଦଳ ବିଦ୍ୟାଳୟ ସ୍ତରୀୟ ଓ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସମ୍ମିଳିତ ସ୍ୱାଧୀନତା ଦିବସ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛି । ଏହି ଅବସରରେ ବାର୍ଷିକ ହାଇସ୍କୁଲ ସରଟି ଫିକେଟ ପରୀକ୍ଷା ୨୦୧୯ରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରାକ୍ତନ ଛାତ୍ରୀ ବିଷ୍ନୁପ୍ରିୟା ପଣ୍ଡାଙ୍କୁ ସୂର୍ଯ୍ୟନାରାୟଣ ପଟ୍ଟନାୟକ ସ୍ମାରକୀ ପୁରସ୍କାର ଏକ ହଜାର ଟଙ୍କା ଅର୍ଥରାଶି ଓ ପ୍ରଶଂସା ପତ୍ର, ସ୍ଵାଗତିକା ଦୀକ୍ଷିତ ଓ ସୋମେଶ ସାହୁଙ୍କ ହୃଷିକେଶ ମୋତି ସ୍ମାରକୀ ପୁରସ୍କାର ନଗଦଅଶୟ ଟଙ୍କାର ଅର୍ଥ ରାଶି ଓ ପ୍ରଶଂସା ଫଣ୍ଡ, ଓମକାର ମାଝୀଙ୍କୁ ରାଜ କିଶୋର ମିଶ୍ର ରନିଂ ସିଲଡ଼ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ଅଫିସର, ସ୍କାଉଟ ମାଷ୍ଟର, ଗାଇଡ଼ ଦଳ ବାଳିକା ମାର୍ଗ ଦର୍ଶନୀ, ଇକୋକ୍ଳବ ମାର୍ଗଦର୍ଶକଙ୍କ ସମେତ ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା, କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା, କର୍ମଚାରୀ ଓ ଶହ ଶହ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗ ଓ ଯୋଗଦାନ ଫଳରେ ସଫଳ ଭାବେ ସମ୍ପାଦିତ କରିଥିଲେ । ବିଦ୍ୟାଳୟର ଆକାଶବାହୀନି ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବର ପରିସମାପ୍ତି ଘଟିଥିଲା ବୋଲି ବିଦ୍ୟାଳୟ ଶିକ୍ଷକ ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି