

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମଙ୍ଗଳପୁର ରାଧାକୃଷ୍ଣ ସାହିରେ ୪ର୍ଥ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ପାଳନ କରାଯାଇଛି । ଏହା ମାର୍ଚ୍ଚ ୧୭ ଓ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ୧୦ ଦଳ କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ । ଆଜି ପୂର୍ଣ୍ଣାହୁତି ଓ ନଗର କୀର୍ତ୍ତନ ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
