

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ୫୫ ବିଧାନସଭାମଣ୍ଡଳୀର ବୁଥ ନଂ ୧୦୨ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଙ୍କିରାଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ବୁଥ ଲେବୁଲ ଅଫିସର ସରୋଜିନୀ ବେହେରା, ଖଙ୍କିରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ ଓ ଶିକ୍ଷୟତ୍ରୀ ସୁଚିତ୍ରା ମାଝୀ ଓ ସଂଯୁକ୍ତା ପୂର୍ତ୍ତି ତଥା ଢେଙ୍କାନାଳ ଅଂଚଳର ସମାଜସେବୀ ଅଶୋକ ପତି, ଅଙ୍ଗନୱାଡି ସହାୟିକା ଯୋଗଦାନ କରିଥିଲେ । ଜାତୀୟ ଭୋଟର ଦିବସ ଗଣତନ୍ତ୍ରକୁ ସୁଦୃଢ କରିବା ସହ ଏକତା ଓ ଦେଶର ଭାଗ୍ୟ ବିଧାତା ବୋଲି ମତ ଦେଇଥିଲେ । ଏ ସମ୍ପର୍କରେ ଏକ ଭାଷଣ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର କରାଯାଇଥିଲା । ଶେଷରେ ସମସ୍ତଙ୍କୁ ମିଷ୍ଟାନ ପ୍ରଦାନ କରି ସଭା ଶେଷ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି