

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଛାତ୍ର ସଂଗଠନ ଏବିଭିପି ସବୁବେଳେ ଛାତ୍ର ଛାତ୍ରୀମାନଙ୍କ ସେବାରେ ଲାଗି ରହିଆସିଛି । ଆଜି ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ଆଜିଠାରୁ ଢେଙ୍କାନାଳ ନଗର୍ ଏବିଭିପି ଶାଖା ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କ ନାମ ଲେଖାରେ ସାହାଯ୍ୟ ପାଇଁ HELP DESK ଆରମ୍ଭ କରାଯାଇଛି । ନାମ ଲେଖାରେ କୌଣସି ସହଯୋଗର ଆବଶ୍ୟକତା ଥିଲେ ଏବିଭିପିର କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହାସହ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନାମଲେଖା ପାଇଁ କୌଣସି ତଥ୍ୟ ଜାଣିବାକୁ ଥିଲେ କାର୍ଯ୍ୟକର୍ତ୍ତାମାନଙ୍କ ସହ ସାକ୍ଷାତ କରି ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି