ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସିଭିଲ କୋର୍ଟ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ସଚେତନତା ସପ୍ତାହ ପାଳନ ସମାରୋହରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ମଳୟ ରଞ୍ଜନ ଦାସ ଅଧ୍ୟକ୍ଷତା କରି ନିଷ୍ଠାପର ଭାବରେ ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ସିଭିଲ କୋର୍ଟ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରା ଜଜ ରାଜ କିଶୋର ମହାପାତ୍ର, ବିଚାରପତି, ପରିବାର ଅଦାଲତ, ଦୀପ୍ତି ରଞ୍ଜନ କାନୁନଗୋ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି(ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ନାୟକ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ରାଜଶ୍ରୀ ଆର୍ଯ୍ୟଵାଳା ତ୍ରିପାଠୀ/ନିଶା ଅଗ୍ରୱାଲ, କୋର୍ଟ ମ୍ୟାନେଜର ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ କୋର୍ଟ ଢେଙ୍କାନାଳର ସମସ୍ତ କର୍ମଚାରୀ ମାନଙ୍କୁ କାର୍ଯ୍ୟ ସମ୍ପାଦନା ସମୟରେ ସାଧୁତା ଓ ସଚୋଟତା ବଜାୟ ରଖିବାକୁ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶପଥ ପାଠ କରାଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି