

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ A1 ଗ୍ରେଡ଼ ହାସଲ କରିଥିବା ଜିଲ୍ଲାର କୃତି ଛାତ୍ରଛାତ୍ରୀ ସମ୍ପୃକ୍ତ ବିଦ୍ୟାଳୟ ତଥା ଶତ ପ୍ରତିଶତ ପରୀକ୍ଷାଫଳ ହାସଲ କରିଥିବା ବିଦ୍ୟାଳୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନିଖିଳ ପୱନ କଲ୍ୟାଣ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନରୋତ୍ତମ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ଗୋଷ୍ଠୀ ଅଧିକାରୀ ଶିକ୍ଷକ ନିରଞ୍ଜନ ସାହୁ ଅତିଥି ପରିଚୟ ତଥା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟକକ୍ଷକ ସୁକାନ୍ତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି