ଢେଙ୍କାନାଳ ନଗର୍ ଏବିଭିପି ଶାଖା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଢେଙ୍କାନାଳ ନଗର୍ ଏବିଭିପି (ABVP) ଶାଖା ପକ୍ଷରୁ ଏକ ବିଶାଳ ୧୫୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠତି ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଲରାମ ମନ୍ଦିର ଠାରୁ ଢେଙ୍କାନାଳର ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ରମାନେ ଆସି ଏକତ୍ରୀତ ହୋଇ ଭାରତ ମାତାର ଜୟଗାନ୍ କରି ଢେଙ୍କାନାଳ ସହରକୁ ଭାରତ୍ ମାତାର ଜୟ ନାରାରେ ପ୍ରକମ୍ପିତ କରିଦେଇଥିଲେ । ଏହି ଶୋଭାଯାତ୍ରା ସ୍ଥାନୀୟ ବଲରାମ ମନ୍ଦିର ଠାରୁ ଆରମ୍ଭ ହୋଇ ସହିଦ୍ ବାଜି ରାଉତଙ୍କ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲେ । ଏଥିରେ ଢେଙ୍କାନାଳ ଜିଲ୍ଲା ସଂଯୋଜକ ବି. ସୂର୍ଯ୍ୟ ରୋଶନ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଢେଙ୍କାନାଳ ନଗର୍ ସମ୍ପାଦକ ଅରିଜିତ ପଟ୍ଟନାୟକ ଶୋଭାଯାତ୍ରାର ନେତୃତ୍ୱ ନେଇ ଆଗକୁ ବଢିଥିଲେ । ଅମ୍ରିତ ଅଭିଷେକ ଦାସ, ଅଭିନବ ବେହେରା, ଆଦର୍ଶ ସାହୁ, ଅରବିନ୍ଦ ନନ୍ଦ ଅରୂପ ପଟ୍ଟନାୟକ, ସିଦ୍ଧାର୍ଥ ଜେନା, ଶିବ ସୁନ୍ଦର ସେଠି, ସୁଧାକର, ସୌରଭ ପ୍ରମୁଖ ଛାତ୍ର ନେତା ମାନେ ଏହି ଶୋଭାଯାତ୍ରାକୁ ସଫଳ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି