ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଚ୍ଛସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ:ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବାରୁ ସାଧାରଣରେ ଉଦବେଗ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳରେ ସ୍ୱଛଭାରତସେବା ସମ୍ପୂର୍ଣ ଉପେକ୍ଷିତ ହୋଇଯାଇଛି । ପ୍ରଶାସନ ସ୍ୱଛଭାରତ ଅଭିଯାନକୁ ହେୟ ଜ୍ଞାନ କରୁଥିବାରୁ ସାରା ଅଂଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି । ବିଶେଷକରି ୧୧ନମ୍ବର ୱାର୍ଡରେ  ବହୁଦିନ ଧରି ସ୍ଵଛସେବା ଅବହଳିତ ହୋଇପଡିଛି । କୁଢ଼ କୁଢ଼ ଅଳିଆ ସାଙ୍ଗକୁ କୁକୁର ଗାଈ ଆଦି ପଶୁ ଶବ ପଡିରହିଥିବାରୁ ସାରା ଅଂଚଳ ପୂତ୍ତିଗନ୍ଧମୟ ପରିବେଶ ଯୋଗୁ ଜନସାଧାରଣ ଏପରିକି ଯିବାଆସିବା କରିବା ମଧ୍ୟ କଷ୍ଟକର ହୋଇପଡିଛି । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଲେ ସୁଦ୍ଧା କିଛି ଫଳ ମିଳୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଭିନ୍ନ ପ୍ରକାର ଅସାଧ୍ୟ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ ।