

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ୧୬ ତାରିଖ ଠାରୁ ଆଜିକୁ ପାଞ୍ଚ ଦିନ ଧରି ଢେଙ୍କାନାଳ ବସ୍ ମାଲିକ ସଂଘ ତରଫରୁ ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ କିଛି ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । କରୋନା ମହାମାରୀ ସମଗ୍ର ବିଶ୍ଵରେ ଏକ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମ୍ଭ ସଂଘ ତରଫରୁ ‘ଇଏ ହେଉଛି ଏକ ଛୋଟ ପ୍ରୟାସ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଘ ସଭାପତି ପ୍ରଭାକର ବେହେରା, ଉପସଭାପତି ପ୍ରଶାନ୍ତ ମହାନ୍ତି, ସଂପାଦକ ପ୍ରମୋଦ ବେହେରା, ଯୁଗ୍ମ ସମ୍ପାଦକ ରୁଦ ନାରାୟଣ ତ୍ରିପାଠୀ ଓ କୋଷାଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ରଙ୍କ ତତ୍ବାବଧାନରେ ସଂପାଦନ କରାଯାଇଥିଲା । ଏହା ବାଇପାସରେ ଥିବା ମୁବୁଲି ଟାଉନ ହଲ ତଥା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଆଜି ପଞ୍ଚମ ଦିନରେ ଢେଙ୍କାନାଳ ସହରରେ ଗରିବ ଓ ଅସହାୟ ଲୋକଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିଜ ଗ୍ରାମକୁ ଫେରୁଥିବା କିଛି ମହିଳା ମାନଙ୍କୁ ମଧ୍ୟ ଢେଙ୍କାନାଳ ବସ୍ ମାଲିକ ସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ବୋଲି ଜଣାପଡିଛି ।
ରିପୋର୍ଟ : ଶୁଭମ ପାଣି