ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ବିଜୁ ଜନତାଦଳ ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ, ରାଜ୍ୟ ଆଇନଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନଗୋ ଏବଂ ଅମିତାଭ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଗୋପାଳ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାର ବିଯୁଜନତା ଦଳର ସମସ୍ତ ଆଇନଜୀବୀ ଓ ବିଭିନ୍ନ ଜିଲ୍ଲାର ଆଇନଜିବୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି