ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଂଜନ ଦାସଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ସିଭିଲକୋର୍ଟ ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ୨୬୩ଟି ମାମଲା ଫଏସଲା କରାଯାଇଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୩୯ଟି, ବିବାହ ଏବଂ ପାରିବାରିକ ମାମଲା ୧୩ଟି, ଦେୱାନୀ ମାମଲା ୧୯୧ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୨୦ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ ଟ.୧୫୨୫୭୦୦୦ ପ୍ରଦାନ କରାଯାଇଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ.୬୭୪୨୭୨୮ ଜିଲ୍ଲାର ସମସ୍ତ ଅଦାଲତମାନଙ୍କରେ ଆଦାୟ କରାଯାଇଛି । ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଞ୍ଚି କୁମାର ରଥ, ପାରିବାରିକ ଅଦାଲତର ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋ, ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରିଟ ମୁକ୍ତି ରଞ୍ଜନ ଶତପଥୀ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ନାୟକ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋୖତ୍ରୀ ସାମନ୍ତରାୟ,ରାଜଶ୍ରୀ ଆର୍ଯ୍ୟାବାଳା ତ୍ରିପାଠୀ, ନିଶା ଅଗ୍ରୱାଲ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ରେଜିଷ୍ଟ୍ରାର ସିଭିଲ କୋର୍ଟସ ସଂଜିତ ବେହେରା ଏବଂ ଗୀତାଞ୍ଜଳି ନନ୍ଦ, ବରିଷ୍ଠ ଦେୱାନୀ ବିଚାରପତି(ମହିଳା ଅଦାଲତ) ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ଅରୁଣ ପଟ୍ଟନାୟକ, ସରକାରୀ ଆଇନଜୀବୀ ପତିତପାବନ ମହାପାତ୍ର, କନସିଲିଏଟର, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାଷିନି ମହାକୁଡ଼, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ୟାନେଲ ଳୟର, ପିଏଲଭି, ଜିଲ୍ଲା ଆଇନ ପ୍ରାଧିକରଣ ଓ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାର ରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି