ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସିଭିଲ କୋର୍ଟ ଠାରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ନିର୍ଦ୍ଦେଶ କ୍ରମେ ଏକ ନୂତନ ବରିଷ୍ଠ ଦେୱାନୀ ଅଦାଲତ (ଏଲ.ଆର.ଓଏଲ. ଟି.ଭି) ଉଦଘାଟିତ ହୋଇଯାଇଛି । ଏହି ଅଦାଲତକୁ ଜିଲ୍ଲା ଓ ଦୌରା ଜଜ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକମାନେ ଏହାର ସୁଫଳ ପାଇବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅଦାଲତର ବିଚାରପତି ଭାବରେ ସୁଶୀଲ କୁମାର ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଉଦଘାଟନ ଉତ୍ସବରେ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତରେ ବିଚାରପତି ବିରଞ୍ଚି କୁମାର ରଥ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ (ଭିଜିଲାନ୍ସ) ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ରାଜଶ୍ରୀ ଆର୍ଯ୍ୟାବାଳା ତ୍ରିପାଠୀ/ନିଶା ଅଗ୍ରୱାଲ, ଜିଲ୍ଲା ଓକିଲ ସଂଘର ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ଜିଲ୍ଲା ଓକିଲ ସଂଘର ସଭ୍ୟ/ସଭ୍ୟା, ସିଭିଲ କୋର୍ଟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି