

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଉଷ୍ମପ୍ରବଣ ଜଳଉତ୍ସ ଅଞ୍ଚଳ ତପ୍ତପାଣିର ଉନ୍ନତି କରଣ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ଆରୋପ କରିଛନ୍ତି l ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆଜି ତପ୍ତପାଣି ଗସ୍ତ କରି ସେଠାରେ ରହିଥିବା ପ୍ରାକୃତିକ ପରିବେଶର ସୁରକ୍ଷା ସମେତ ଏହାର ପାରିପାର୍ଷିକ ଅଞ୍ଚଳର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତି କିଭଳି ହୋଇପାରିବ ସେଥି ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି l ତପ୍ତପାଣି ମନ୍ଦିରର ଉନ୍ନତି କରଣ, ଜନସାଧାରଣମାନଙ୍କ ନିମନ୍ତେ ଉତ୍ତପ୍ତ ଜଳ ଗାଧୋଇବା ସକାଶେ ସୁବ୍ୟବସ୍ଥା, ବଗିଚା ନିର୍ମାଣ, ଏହି ଅଞ୍ଚଳର ଆଲୋକିକରଣ ଇତ୍ୟାଦି ସକାଶେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଏହା ସରକାରଙ୍କ ନିକଟକୁ ଅନୁମୋଦନ କ୍ରମେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱ୍ବି. କୀର୍ତ୍ତି ୱାସନ, ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
