ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଁ ଚାକିରୀ କରି ଭୁଲ କରିଛି, ମୋତେ ଭିକ୍ଷା ଦିଅନ୍ତୁ ବୋଲି କହି ସମସ୍ତଙ୍କ ନିକଟରେ ନେହୁରା ହେଉଥିବା ଜନୈକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦେଖିବାକୁ ମିଳିଛି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ । ଘଟଣାରୁ ପ୍ରକାଶ ଚଳିତବର୍ଷ ଫେବୃଆରୀ ମାସରେ ଜଳେଶ୍ୱର ତହସିଲ କାର୍ଯ୍ୟାଳୟରୁ ଅବସର ନେଇଥିଲେ ୪ର୍ଥ ଶ୍ରେଣୀ କର୍ମଚାରୀ ଧିରେନ୍ ମାରାଣ୍ଡି । ଅବସରପରେ ଆଦିବାସୀ ଅଧ୍ୟୁସୀତ ରାଇବଣିଆର ନିଜ ଗାଁ ସାଲମଣ୍ଡି କଣ୍ଟାବଣିଆରେ ବହୁ ଅଭାବ ଅସୁବିଧାରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟର ଏହି କର୍ମଚାରୀ ଜଣକ ନିଜର ପେନ୍ସନ୍ ପାଇବାଲାଗି ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଆଜି ସେ ଅଭିନବ ଉପାୟରେ ଏକ ଭିକ୍ଷାଥାଳ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷାମାଗୁଥିବାର ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଥିଲା । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଥିଲେ ।
ରିପୋର୍ଟ ; ଭୂପତି ପରିଡା