

ବୁଗୁଡା (ସମୃଦ୍ଧ ଓଡିଶା) ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଅର୍ଥାତ ନଭେମ୍ବର ୨୫ ତାରିଖ ଦିନ ବୁଗୁଡା ଗସ୍ତରେ ଆସିଥିବା ଜଣାପଡିଛି । ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ବୁଗୁଡା ତହସିଲ ଅଫିସର ଆର୍ଥିକ ହିସାବ ବିଷୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ନଥିପତ୍ର ଅନୁଧ୍ୟାନ କରିଥିଲେ । ସେହିପରି ବୁଗୁଡା ଏନଏସିର ସଭାଗୃହରେ ଏକ ନମ୍ବର ୱାର୍ଡ ଉନ୍ନୟନ କମିଟି ବୈଠକରେ ଓ କଲ୍ୟାଣୀ ମଣ୍ଡପରେ ଦୁଇ ନମ୍ବର ୱାର୍ଡ ଉନ୍ନୟନ କମିଟି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଯୋଗଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇ ବୈଠକରେ ବୁଗୁଡା ତହସିଲଦାର ଶ୍ରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସମେତ ଏନଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସହ ସାକ୍ଷାତ କରିଥିଲେ ।